33.1 C
Bhubaneswar
Friday, April 26, 2024
Homeଅପରାଧଯୌତୁକ ପାଇଁ ସ୍ତ୍ରୀ’କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ଯୌତୁକ ପାଇଁ ସ୍ତ୍ରୀ’କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ଭୁବନେଶ୍ୱର: ଯୌତୁକ ପାଇଁ ସ୍ତ୍ରୀ’କୁ ଲୁହାଛଡ଼ରେ ଆକ୍ରମଣ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ସମ୍ପୃକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ହାଉସିଂବୋର୍ଡ କଲୋନୀରେ ରହୁଥିବା ପ୍ରମୋଦ ପଣ୍ଡା(୩୮) । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ(ପ୍ରମୋଦଙ୍କ ସ୍ତ୍ରୀ’) ୨୦୨୧ମସିହାରେ ଅଭିଯୁକ୍ତ ପ୍ରମୋଦଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହ ସମୟରେ ତାଙ୍କ ପିତା ଶାଶୂଘର ଲୋକଙ୍କୁ ଦାବି ମୁତାବକ ଯୌତୁକ ଦେଇଥିଲେ ।

ଏହାପରେ ସେମାନେ ସତ୍ୟନଗରସ୍ଥିତ ଘରେ ରହୁଥିଲେ । କିଛି ଦିନ ପରେ ଅଭିଯୋଗକାରିଣୀଙ୍କ ଶ୍ୱଶୂର ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିମନ୍ଦ କରିବା ସହ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଦେହକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ଯେଉଁଥିପାଇଁ ସେମାନେ ସତ୍ୟନଗର ଛାଡି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବନଗର ଠାରେ ଯାଇ ରହୁଥିଲେ । ସେଠାରେ କିଛିଦିନ ରହିବା ପରେ ତାଙ୍କ ସ୍ୱାମୀ ବାପଘରୁ ଅଧିକ ଯୌତୁକ ଆଣିବା ଲାଗି କହିବା ସହ ମାରପିଟ୍ କରୁଥିଲେ ।

ଗତ ୧୪ତାରିଖ ମଧ୍ୟାହ୍ନରେ ତାଙ୍କ ସ୍ୱାମୀ ଏକ ଲୁହାଛଡ ଧରି ଅଭିଯୋଗକାରିଣୀଙ୍କ ମୁଣ୍ଡକୁ ଖୁବ ଜୋରରେ ପ୍ରହାର କରିଥିଲେ । ଯାହା ଫଳରେ ଅଭିଯୋଗକାରିଣୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବୋହିଥିଲା । ଅଭିଯୋଗକାରିଣୀ ଜଣକ ବିରୋଧ କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ନାନା ପ୍ରକାର ଧମକ ଚମକ ଦେଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରି ସମ୍ପୃକ୍ତ ସ୍ୱାମୀକୁ ଗିରଫ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking