27.1 C
Bhubaneswar
Saturday, July 27, 2024
Homeଅପରାଧଲଜ୍ ମାଲିକଙ୍କୁ ହତ୍ୟା ଉଦ୍ୟମ, ଦୁଇ ଗିରଫ

ଲଜ୍ ମାଲିକଙ୍କୁ ହତ୍ୟା ଉଦ୍ୟମ, ଦୁଇ ଗିରଫ

ଭୁବନେଶ୍ୱର: ଲଜ୍ ମାଲିକ ସମେତ ଜଣେ ଗ୍ରାହକଙ୍କୁ ହତ୍ୟା ଉଦ୍ୟମ କରିଥିବା ଘଟଣାରେ କ୍ୟାପିଟାଲ ଥାନା ପୁଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିର ସନିଆ କୁଞ୍ଜ(୨୪) ଓ ସିମାଞ୍ଚଳ କୁଞ୍ଜ(୨୬) । ଏନେଇ ପୁଲିସ  ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ମାର୍କେଟରେ ନିରୂପମା ନାମରେ ଅଭିଯୋଗକାରୀଙ୍କ ଏକ ଲଜ ଅଛି । ଗତବର୍ଷ ଡିସେମ୍ବର ୨୦ ତାରିଖରେ ଉକ୍ତ ଲଜର ଜଣେ ଗ୍ରାହକଙ୍କ ସହିତ ଗିରଫ ଦୁଇ ଅଭିଯୁକ୍ତ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ କରିଥିଲେ । ଏହାଦେଖି ଲଜ ମାଲିକ ସମାଧାନ ପାଇଁ ଏଥିରେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତ ଦୁହେଁ ଗ୍ରାହକ ସମେତ ଲଜ ମାଲିକଙ୍କୁ ଏକ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଯୋଗୁଁ ଉଭୟ ଗୁରୁତ୍ୱର ଆହତ ହୋଇଥିଲେ । ପରେ ଅଭିଯୁକ୍ତ ଦୁହେଁ ଅଭିଯୋଗକାରୀଙ୍କ ଲଜର ସମୁଖ କାଚ ବାଡ଼େଇ ଭାଙ୍ଗିଦେବା ସହ ଅଭ୍ୟର୍ଥନା ଟେବୁଲର କାଚ ମଧ୍ୟ ଭାଙ୍ଗି ଦେଇଥିଲେ । ଏଥିସହ ଲଜ୍ ମାଲିକଙ୍କ ବାଇକ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ସନିଆ କୁଞ୍ଜ ନାମରେ କ୍ୟାପିଟାଲ ଥାନାରେ ୩ଟି ଅପରାଧିକ ମାମଲା ଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking