28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କୁ ଆକ୍ରମଣ ମାମଲା: ସିଆଇଡି ପକ୍ଷରୁ ୪ ସାଂସଦଙ୍କୁ ଜେରା

ଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କୁ ଆକ୍ରମଣ ମାମଲା: ସିଆଇଡି ପକ୍ଷରୁ ୪ ସାଂସଦଙ୍କୁ ଜେରା

କଲମ୍ବୋ : ଚଳତିମାସ ୯ରେ ରାଜଧାନୀ କଲମ୍ବୋରେ ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଯେଉଁ ମରଣାନ୍ତକ ଆକ୍ରମଣ କରାଯାଇଥିଲା, ସେହି ପ୍ରସଙ୍ଗରେ ସିଆଇଡି ଅଧିକାରୀମାନେ ୪ ଜଣ ସାଂସଦଙ୍କୁ ଜେରା କରିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ମନ୍ତ୍ରୀ ମଧ୍ୟ ସାମିଲ ଥିବା ଜଣାପଡିଛି । ବାଚସ୍ପତିଙ୍କ ଅନୁମତି ନେବାପରେ ସିଆଇଡି ଟିମ୍ ବୁଧବାର ପାର୍ଲାମେଣ୍ଟରେ ପହଞ୍ଚି ସଂପୃକ୍ତ ସାଂସଦଙ୍କୁ ଜେରା କରିବା ସହ ସେମାନଙ୍କର ବୟାନ ମଧ୍ୟ ରେକର୍ଡ କରିଛନ୍ତି । ଜେରାର ସମ୍ମୁଖୀନ ହୋଇଥିବା ସାଂସଦମାନେ ହେଲେ ରୋହିତ ଆବେଗୁଣବର୍ଦ୍ଧନେ, ସି.ବି.ରତ୍‌ନାଏକେ, ସାହାନ୍ ପ୍ରଦୀପ ଓ ସଞ୍ଜୀବ ଏଡିରିମାନେ ।

ସୂଚନାଯୋଗ୍ୟ ଘଟଣାଦିନ ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶିତ ହେଉଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀଙ୍କ ପ୍ରତିଆକ୍ରମଣ ଯୋଗୁଁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଜଣେ ସାଂସଦଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ପ୍ରଧାନମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ଓ ସାଂସଦଙ୍କ ଘରେ ନିଆଁ ଲଗାଇଦେଇଥିଲେ । ଫଳରେ ମହିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମହିନ୍ଦା ସପରିବାର ତ୍ରିଙ୍କୋମାଳି ସହରରେ ଥିବା ନୌସେନା ଘାଟିରେ ଆତ୍ମଗୋପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking