30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶମୁଣ୍ଡରେ ହାତ ଦେଇଛନ୍ତି ଚୀନ୍ ଗ୍ରାହକ : ବର୍ଷା ଅଟକାଉନି ୧.୨୭ ଲକ୍ଷର ଆଡିଡାସ୍ ଛତା

ମୁଣ୍ଡରେ ହାତ ଦେଇଛନ୍ତି ଚୀନ୍ ଗ୍ରାହକ : ବର୍ଷା ଅଟକାଉନି ୧.୨୭ ଲକ୍ଷର ଆଡିଡାସ୍ ଛତା

ବେଜିଂ: ସାଧାରଣତଃ ଏକ ହଜାର ଟଙ୍କା ମଧ୍ୟରେ ମାର୍କେଟରେ ବିଭିନ୍ନ ଡିଜାଇନ୍‌ର ଛତା ଉପଲବ୍ଧ ହୋଇଥାଏ । ତେବେ ବିଦେଶୀ କମ୍ପାନୀ ଦ୍ୱାରା ନିର୍ମିତ ଛତାର ମୂଲ୍ୟ ନିଶ୍ଚିତଭାବେ ଅଧିକ ହେବା ସ୍ୱାଭାବିକ । ତେବେ ବିଦେଶୀ ଛତା ମୋହରେ ପଡିଥିବା ଚୀନ୍ ନାଗରିକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇଥିବା ଜଣାପଡିଛି । ଆଡିଡାସ୍ ଓ ଗୁକ୍କି ଭଳି ଅନ୍ତରାଷ୍ଟ୍ରୀୟ କମ୍ପାନୀର ଛତା ଚୀନ୍‌ରେ ୧୬୪୪ ଡଲାରରେ (ଭାରତୀୟ ମୁଦ୍ରାରେ ପ୍ରାୟ ୧.୨୭ ଲକ୍ଷ ଟଙ୍କା) ବିକ୍ରି ହେଉଛି ।

ଏତେ ଦାମୀ ହୋଇଥିବା ସତ୍ତ୍ୱେ ଏହି ବିଦେଶୀ ଛତା ବର୍ଷାପାଣି ଅଟକାଇବାରେ ଆଦୌ ସଫଳ ହେଉନାହିଁ ବୋଲି ପ୍ରାୟ ୧୪ କୋଟି ଚୀନ୍ ଗ୍ରାହକ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ଛତାକୁ କେବଳ ଖରା ଏବଂ ଫ୍ୟାସନ ପାଇଁ ବ୍ୟବହାର କରିବାକୁ ପଡୁଛି ବୋଲି ସେମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶରେ ବିକ୍ରି ହେଉଥିବା ଏହି ଦୁଇ କମ୍ପାନୀ ଦ୍ୱାରା ପ୍ରସ୍ତୁୁତ ଅନ୍ୟ ସାମଗ୍ରୀଗୁଡିକୁ ଭଲଭାବେ ଯାଞ୍ଚ୍ କରିବାକୁ ଚୀନ୍ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking