27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗାଜା ଉପରେ ଆକ୍ରମଣ ଜାରି ରହିବ : ନେତାନ୍ୟାହୁ

ଗାଜା ଉପରେ ଆକ୍ରମଣ ଜାରି ରହିବ : ନେତାନ୍ୟାହୁ

ନୂଆଦିଲ୍ଲୀ: ହମାସ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଇସ୍ରାଏଲ ସ୍ପାଏ ଏଜେନ୍ସି ମୋସାଦକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ନିର୍ଦ୍ଦେଶ । ଗାଜା ବାହାରେ ନିଜର କାର୍ଯ୍ୟ ତୁଲାଉଥିବା ହମାସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନେତାନ୍ୟାହୁ ।

କତର ଓ ଲେବାନନ ରାଜଧାନୀ ବେରୁଟ ସମେତ ଅନ୍ୟାନ୍ୟ ସ୍ଥାନରେ ହମାସ ନେତା ଓ କର୍ମୀ ଲୁକ୍କାୟିତ ଭାବେ ରହି କାମ କରୁଥିବାରୁ ସେମାନଙ୍କୁ ଧରିବା ଲାଗି ମୋସାଦକୁ ଦିଆଯାଇଛି ନିର୍ଦ୍ଦେଶ । ପାଲେଷ୍ଟିନୀୟ ଆତଙ୍କବାଦୀ ଓ ଇରାନୀୟ ଆଣବିକ ବିଜ୍ଞାନୀଙ୍କୁ ହତ୍ୟା କରିବା କ୍ଷେତ୍ରରେ ମୋସାଦ ପ୍ରମୁଖ ଭୂମିକା ନେଇଥିବା ଅଭିଯୋଗ ହୋଇଆସିଛି ।

ସେପଟେ ଆସନ୍ତାକାଲିଠାରୁ ପଣବନ୍ଦୀ ଖଲାସ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେପଟେ ହମାସ କବଳରେ ଥିବା ୨୪୦ ପଣବନ୍ଦୀ ମୁକ୍ତ ନହେବା ଯାଏ ଗାଜା ଉପରେ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ନେତାନ୍ୟାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking