29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅଟଳ ଟନେଲ ଲୋକାର୍ପିତ

ଅଟଳ ଟନେଲ ଲୋକାର୍ପିତ

ହିମାଚଳପ୍ରଦେଶ : ଆଜି ହିମାଚଳ ପ୍ରଦେଶରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲର ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ ଟାରେ ହିମାଚଳ ପ୍ରଦେଶର ରୋହତାଙ୍ଗରେ ଅଟଳ ଟନେଲର ଉଦଘାଟନ କରିଛନ୍ତି। ଏହି ଟନେଲ ମନାଲି ଏବଂ ଲେହର ଦୂରତାକୁ ୪୬ କିଲୋମିଟର ହ୍ରାସ କରିଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଉଦ୍ଘାଟନୀ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲାହଲ ସ୍ପିଟିର ସିସୁ ଏବଂ ସୋଲାଙ୍ଗ ଉପତ୍ୟକାରେ ଏକ ସାଧାରଣ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅଟଳ ଟନେଲ୍ ହେଉଛି ଦୁନିଆର ସବୁଠୁ ଲମ୍ବା ରାଜପଥ ଟନେଲ୍। ୯.୦୨ ଲମ୍ବା ଟନେଲ୍ ମନାଲିକୁ ଲାହଲ୍ ସ୍ପିଟି ଉପତ୍ୟକା ସହିତ ବର୍ଷ ବର୍ଷ ଧରି ସଂଯୋଗ କରିବ। ଏହାପୂର୍ବରୁ ୬ ମାସ ଧରି ପ୍ରବଳ ତୁଷାରପାତ ହେତୁ ଯାତ୍ରାରେ ପ୍ରତିବନ୍ଧକ ରହୁଥିଲା। ଏହି ସୁଡଙ୍ଗଟି ସମୁଦ୍ର ପତ୍ତନଠାରୁ ପ୍ରାୟ ତିନି ହଜାର ମିଟର ଉଚ୍ଚରେ ନିର୍ମିତ ହୋଇଛି ଏବଂ ହିମାଳୟର ପିର ପଞ୍ଜଲ ପର୍ବତମାଳା ମଧ୍ୟରେ ଅତ୍ୟାଧୁନିକ ବିଶେଷତା ରହିଛି। ବହୁ ପ୍ରତିକୂଳ ଭୌଗୋଳିକ ସ୍ଥିତିରେ ନିର୍ମାଣ ହୋଇଛି ଟନେଲ୍ । ଏବେ ସୀମାରେ ଭାରତୀୟ ଯବାନଙ୍କ ଯିବା ଆସିବା ପ୍ରତିବନ୍ଧକ ଟଳିଲା । ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ । ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ ।
୨୦୧୦ ମସିହା ଜୁନ୍ ମାସ ୨୮ ତାରିଖରୁ ଆରମ୍ଭ ହୋଇ୍‌ଥିଲା ଏହି ଟନେଲର ନିର୍ମାଣ । ଏହି ସ୍ୱତନ୍ତ୍ର ଲୋକାର୍ପଣ ଉତ୍ସବରେ ହିମାଚଳ ପ୍ରଦେଶ ସିଏମ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର , ସିଡିଏସ ବିପିନ୍ ରାୱତ, ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରଭାଣେ ସାମିଲ ହୋଇଥିଲେ । ଲୋକାର୍ପଣ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଟନେଲ୍‌କୁ ଜିପ୍‌ରେ ବୁଲିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking