୩୦ଲକ୍ଷର ବ୍ରାଉନସୁଗାର ଜବତ

brown sugar seized

ଭୁବନେଶ୍ୱର : ନିଶା କାରବାରରେ ରାଜଧାନୀ ପାଲଟିଛି କେନ୍ଦ୍ରବିନ୍ଦୁ । ଆଜି ଭୋର୍‌ରୁ ଭୁବନେଶ୍ୱର ଉପକଣ୍ଠରୁ ୭୦୦କେ.ଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଣି ପାହାଳରୁ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡ଼ିଛି । ୩୦୦ଗ୍ରାମର ବ୍ରାଉନସୁଗାରକୁ ଭୁବନେଶ୍ୱର ଉପଖଣ୍ଡ ପାହାଳ ନିକଟରୁ ଜବତ କରାଯାଇଛି । ଜଳେଶ୍ୱର ଓ ଭୁବନେଶ୍ୱରର ବେପାରୀଙ୍କୁ ପିଛା କରି ଧରିଲା କ୍ୟୁଏଟି । ସୂଚନା ଅନୁଯାୟୀ ,ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଏନସିବିର ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here