27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କ ବିବାହକୁ ନେଇ ଚର୍ଚ୍ଚା

ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କ ବିବାହକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାକାଶକୁ ଅଭିଯାନ ପାଇଁ ମନୋନୀତ ୪ ଜଣ ମହାକାଶଚାରୀଙ୍କ ନାମ ପ୍ରକାଶ କରିଥିଲେ। ସେମାନେ ହେଲେ, ପ୍ରଶାନ୍ତ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଶୁଭାଂଶୁ ଶୁକ୍ଳା। ସେମାନେ ଏବେ ବେଙ୍ଗାଲୁରୁସ୍ଥିତ ମହାକାଶଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି।ଏହି ୪ଜଣ ମହାକାଶଚାରୀଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରିରେ ସେ ବିବାହ କରିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି। ତାଙ୍କ ପତ୍ନୀ ତଥା ମଲୟାଲମ ଅଭିନେତ୍ରୀ ଲୀନା ଏହି ବଡ଼ ଖବରର ଘୋଷଣା କରିଛନ୍ତି।ଇନଷ୍ଟାରେ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କ ସହ ଫଟୋ ପୋଷ୍ଟ କରି ଲୀନା ଲେଖିଛନ୍ତି, “ଆନୁଷ୍ଠାନିକ ଭାବରେ ଆବଶ୍ୟକ ଗୋପନୀୟତାକୁ ବଜାୟ ରଖିବା ପାଇଁ, ମୁଁ ଏହି ଘୋଷଣା କରିବାକୁ ଅପେକ୍ଷା କରିଥିଲି। ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୁଁ ୧୭ଜାନୁଆରି, ୨୦୨୪ରେ ଏକ ପାରମ୍ପରିକ ବିବାହ ଉତ୍ସବରେ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଥିଲି।”କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାରଙ୍କ ବିଷୟରେ କହିବାକୁ ଗଲେ ୧୯୭୬ ମସିହା ଅଗଷ୍ଟ ୨୬ ତାରିଖରେ କେରଳର ତିରୁବାଝିଆଦରେ ଜନ୍ମଗ୍ରହଣ କରିଥିଲେ। ଏନ୍‌ଡିଏର ପୂର୍ବତନ ଛାତ୍ର ତଥା ବାୟୁସେନା ଏକାଡେମିରେ ସୋର୍ଡ ଅଫ୍ ଅନର-ପ୍ରାପ୍ତ ନାୟାର ୧୯ ଡିସେମ୍ବର ୧୯୯୮ରେ ବାୟୁସେନାରେ ଯୋଗ ଦେଇଥିଲେ। ସେ ଜଣେ ଇନ୍‌ଷ୍ଟ୍ରକ୍ଟର ଏବଂ ପ୍ରାୟ ୩୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ଜଣେ ଟେଷ୍ଟ ପାଇଲଟ୍। ସେ ସୁ-୩୦ ଏମ୍‌କେଆଇ, ମିଗ୍-୨୧, ମିଗ୍-୨୯, ହକ୍, ଡୋର୍ଣ୍ଣିୟର, ଆନ୍-୩୨ ଭଳି ବିଭିନ୍ନ ବିମାନ ଉଡ଼ାଇଛନ୍ତି। ସେ ୟୁନାଇଟେଡ୍ ଷ୍ଟେଟ୍ସ ଷ୍ଟାଫ୍ କଲେଜର ପୂର୍ବତନ ଛାତ୍ର ଏବଂ ଡିଏସ୍‌ଏସ୍‌ସି, ୱେଲିଂଟନ ଏବଂ ଏଫ୍‌ଆଇଏସ୍‌, ତାମ୍ବାରାମରେ ମଧ୍ୟ କିଛି ବର୍ଷ ନିୟୋଜିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking