36.1 C
Bhubaneswar
Saturday, May 18, 2024
Homeମନୋରଞ୍ଜନଅଙ୍କିତାଙ୍କ ବୟାନ ଭିକି ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ

ଅଙ୍କିତାଙ୍କ ବୟାନ ଭିକି ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋ‌ଖଣ୍ଡେ ଓ ଭିକି ଜୈନ୍‌ଙ୍କ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଦମ୍ପତିଙ୍କୁ ହର୍ଷ-ଭାରତୀଙ୍କ ପଡକାଷ୍ଟ୍‌ରେ ଦେଖିବାକୁ ମିଳିଥିଲା। ଏହି ସୋ’ରେ ନଜର ଆସି ସେ ନିଜ ସଂପର୍କରେ ଅନେକ କଥା କହିଛନ୍ତି। ଅଙ୍କିତା କହିଛନ୍ତି ଯେ ପ୍ରଥମରୁ ଭିକି ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ଦୁଇ ଜଣଙ୍କ ଜୀବନଶୈଳୀରେ ତଫାତ ଥିବାରୁ ଭିକି ପ୍ରଥମେ ବିବାହ ପାଇଁ ଅମଙ୍ଗ ହେଉଥିଲେ। ଅଙ୍କିତା କହିଛନ୍ତି ଯେ ‘‘ଆମେ ଦୁହେଁ ବିବାହ କରିବାକୁ ଚାହୁଁଥିଲୁ। ହେଲେ ଭିକି ମୋତେ ଭୟ କରି ଛାଡ଼ି ଚାଲି ଯାଇଥିଲେ। ସେ ବିବାହ କରିପାରିବେନି ବୋଲି କହି ଚାଲି ଯାଇଥିଲେ। ଆମ ଜୀବନଶୈଳୀ ଖୁବ୍ ଭିନ୍ନ ଥିଲା। ସେ ବିଳାସପୁରରେ ରହୁଥିଲେ ଓ ମୁଁ ଏଠାରେ ରହୁଥିଲି। ସେ ବିଳସପୁରର ହିଁ କେଉଁ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ।’’ଏହାକୁ ନେଇ ଭିକି କହିଛନ୍ତି, ‘‘ଅଙ୍କିତା ମୋତେ କେବେ କହିବାର ସୁଯୋଗ ଦେଇନଥିବାରୁ ମୁଁ କହିପାରିନି। ମୋତେ ଲାଗୁଥିଲା ସବୁକିଛିକୁ ଟିକେ ସମୟ ଦେବା ଦରକାର।’’ ୨୦୧୯ ମସିହାରେ ଅଙ୍କିତା ଭିକିଙ୍କ ସହ ତାଙ୍କ ସଂପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ୨୦୨୧ ମସିହା ଡିସେମ୍ବର ୧୪ ତାରିଖରେ ତାଙ୍କ ବାହାଘର ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking