36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟୀ: ବିଗତ କିଛିଦିନ ଧରି ଲାଗିରହିଥିବା ପ୍ରବଳ ବର୍ଷା ଏବଂ ତତ୍‌ଜ୍ଜନିତ ବନ୍ୟା ପରିସ୍ଥିତି ଯୋଗୁଁ ଆସାମର ଅଧିକାଂଶ ଜିଲ୍ଲା ବର୍ତ୍ତମାନ ଜଳମଗ୍ନ ହୋଇପଡିଛି । ମୋଟ ୩୫ ମଧ୍ୟରୁ ୩୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି । ବିଭିନ୍ନ ଜିଲ୍ଲାରେ ମାଟିଅତଡା ଖସି ମୋଟ ୭୩ ଜଣ ପ୍ରାଣ ହରାଇସାରିଲେଣି । ପ୍ରବଳ ବର୍ଷା ଲାଗିରହିଥିବାରୁ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି । ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ, ଜରୁରୀ ଔଷଧପତ୍ର ଯୋଗାଇଦେବାକୁ ସେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଏକାଧିକ ମନ୍ତ୍ରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଜଳଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଏହି କାର୍ଯ୍ୟରେ ପୁଲିସ, ସେନା, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ଗମନା ଗମନର ସୁବିଧା ନଥିବା ସ୍ଥାନରେ ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ ଶିବିରରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଗୁରୁତର ଲୋକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସଗୁଡିକୁ ସଜାଗ ରଖାଯାଇଛି । ବିଶେଷକରି ବୟସ୍କ, ମହିଳା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking