27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୁଶରଫ୍‌ଙ୍କ ସ୍ୱଦେଶ ଫେରିବା ଆଶା ମଉଳିଲା: ପାକିସ୍ତାନରେ ମିଳୁନି ଆବଶ୍ୟକ ଔଷଧ

ମୁଶରଫ୍‌ଙ୍କ ସ୍ୱଦେଶ ଫେରିବା ଆଶା ମଉଳିଲା: ପାକିସ୍ତାନରେ ମିଳୁନି ଆବଶ୍ୟକ ଔଷଧ

ଇସଲାମାବାଦ: ବିଦେଶରେ ସ୍ୱେଚ୍ଛାକୃତ ନିର୍ବାସନ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ ସ୍ୱଦେଶ ଫେରିବା ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା, ତାହା ସମ୍ଭବ ହେବ ନାହିଁ ବୋଲି ଜଣାପଡିଛି । ଆମିଲୋଇଡୋସିସ୍ ରୋଗରେ ଆକ୍ରାନ୍ତ ମୁଶରଫ୍ ବିଗତ ତିନି ସପ୍ତାହ ହେଲା ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ତାଙ୍କର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ବର୍ତ୍ତମାନ ପାକିସ୍ତାନରେ ମିଳୁନାହିଁ ।

ତେଣୁ ସ୍ୱଦେଶ ଫେରିବା ଏକପ୍ରକାର ଅସମ୍ଭବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମୁଶରଫ୍‌ଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦୁବାଇ ହସ୍ପିଟାଲରୁ ପାକିସ୍ତାନ ଅଣାଯିବ ବୋଲି ଜିଓ ନ୍ୟୁଜ୍ ପକ୍ଷରୁ ସମ୍ବାଦ ପ୍ରସାରିତ ହୋଇଥିଲା। ମୁଶରଫ୍‌ଙ୍କ ବିରୋଧରେ ଏକାଧିକ ମାମଲା ବର୍ତ୍ତମାନ ପାକିସ୍ତାନର ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି । ଦଣ୍ଡିତ ହେବା ଭୟରେ ମୁଶରଫ୍ ଚିକିତ୍ସା ଆଳରେ ଜାମିନ ପାଇବାପରେ ୨୦୧୬ରେ ବିଦେଶ ପଳାଇଯାଇ ଦୁବାଇରେ ସପରିବାର ଅବସ୍ଥାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking