27.1 C
Bhubaneswar
Saturday, July 27, 2024
Homeଏସିଆନ୍ ଗେମ୍‌-୨୦୨୩ଏସିଆନ୍ ଗେମ୍ସ ୨୦୨୩ : ଆଥଲେଟ ଖେଳାଳୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଏସିଆନ୍ ଗେମ୍ସ ୨୦୨୩ : ଆଥଲେଟ ଖେଳାଳୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର : ଆଥଲେଟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏସିଆନ୍‌‌ ଗେମ୍ସ ପାଇଁ ଯୋଗ୍ୟ ୧୩ ଓଡିଆ ଆଥଲେଟଙ୍କୁ ଏହି ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରତି ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଟ୍ରେନିଂ,ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହା ଘୋଷଣା ହୋଇଛି। ଆସନ୍ତା ୨୩ରୁ ଅକ୍ଟୋବର ୮ ଯାଏଁ ଚୀନରେ ଏହି ଏସିଆନ୍‌‌ ଗେମ୍ସ ଅନୁଷ୍ଠିତ ହେବ।
୧୩ ଜଣ ଖେଳାଳୀଙ୍କ ମଧ୍ୟରେ କିଶୋର ଜେନା, ଅଂଶିକା ଭାରତୀ, ରିତୁ କୌଡି, ସୋନାଲି ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ ସାସା, ଦୀପଗ୍ରେସ ଏକ୍କା, ଅମିତ ରୋହଦାସ,ଦୁମୁନି ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଓ ହୁପି ମାଝୀ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking