32.1 C
Bhubaneswar
Thursday, May 9, 2024
Homeଏସିଆନ୍ ଗେମ୍‌-୨୦୨୩ଏସିଆନ୍ ଗେମ୍ସ ୨୦୨୩ : ପୁରୁଷ ଫୁଟ୍‌ବଲ୍‌; ଭାରତର ଶୋଚନୀୟ ପରାଜୟ, ୫-୧ରେ ଜିତିଲା ଚୀନ୍‌

ଏସିଆନ୍ ଗେମ୍ସ ୨୦୨୩ : ପୁରୁଷ ଫୁଟ୍‌ବଲ୍‌; ଭାରତର ଶୋଚନୀୟ ପରାଜୟ, ୫-୧ରେ ଜିତିଲା ଚୀନ୍‌

ହାଙ୍ଗ୍‌ଝୋ : ଚଳିତ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଫୁଟ୍‌ବଲ୍ ଟିମ୍ ମଙ୍ଗଳବାର ଆୟୋଜକ ଚୀନ୍‌ଠାରୁ ୫-୧ ଗୋଲ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଛି । ସୁନୀଲ୍ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍ ଚୀନ୍ ବିପକ୍ଷରେ ମାତ୍ର ଗୋଟିଏ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା । ଏହି ଗୋଲ୍‌ଟି ରାହୁଲ କେପି ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ସ୍କୋର୍ କରିଥିଲେ । ଦୁଇ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ହାଙ୍ଗ୍‌ଝୋର ହୁଆଙ୍ଗଲୋଙ୍ଗ୍ ଷ୍ଟୋର୍ଟ୍ସ ସେଣ୍ଟର୍ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ୨୦୧୪ ପରେ ଏସିଆନ୍ ଗେମ୍ସରେ ଖେଳୁଥିବା ଭାରତୀୟ ଟିମ୍‌ର ଆରମ୍ଭ ବହୁ ଖରାପ ରହିଥିଲା । ୨୧ ବର୍ଷ ପରେ ଦୁଇଟି ଟିମ୍ ମୁହାଁମୁହିଁ ହୋଇଥିବା ବେଳେ ଚୀନ୍ ମ୍ୟାଚ୍ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ।

ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ଜିଆଓ ଟିୟାନୀ ପ୍ରଥମ ଗୋଲ୍ କରି ଚୀନ୍‌ର ଖାତା ଖୋଲିଥିଲେ । ତେବେ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟ (୪୫+୧ ମିନିଟ୍‌)ରେ ରାହୁଲ କେପି ବ୍ୟକ୍ତିଗତ ଉଦ୍ୟମରେ ଗୋଲ୍ କରି ଏହାର ଜବାବ ଦେବା ସହିତ ସ୍କୋର୍ ଲାଇନ୍ ୧-୧ କରିଥିଲେ । ପ୍ରଥମାର୍ଦ୍ଧରେ ସ୍ଥିତି ୧-୧ରେ ସମାନ ରହିବା ପରେ ଦ୍ୱିତୀୟାର୍ଦ୍ଧ ମ୍ୟାଚ୍ ଆରମ୍ଭର କିଛି ସମୟ ପରେ ଅର୍ଥାତ୍ ୫୧ତମ ମିନିଟ୍‌ରେ ଦାଇ ୱେଇଜୁନ୍ ଏକ ଚମତ୍କାର ଗୋଲ୍ ଦେଇ ଚୀନ୍‌କୁ ୨-୧ରେ ଆଗୁଆ କରିଥିଲେ । ଏହାପରେ ସୁନୀଲ୍ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍ ଚୀନ୍‌କୁ ରୋକିବାରେ ବିଫଳ ହୋଇଥିଲା । ୭୨ତମ ମିନିଟ୍‌ରେ ଚୀନ୍ ପକ୍ଷରୁ ତାଓ କିୟାଙ୍ଗଲାଙ୍ଗ୍ ତୃତୀୟ ଗୋଲ୍ ଏବଂ ଏହାର ତିନି ମିନିଟ୍ ପରେ ତାଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋର୍ କରି ସ୍ଥିତି ୪-୧ କରିଥିଲେ ।

ଫିଫା ର‌୍ୟାଙ୍କିଙ୍ଗ୍‌ର ୮୦ତମ ସ୍ଥାନରେ ଥିବା ଚୀନ୍ ଚତୁର୍ଥ ଗୋଲ୍ କରିବା ପରେ ମଧ୍ୟ ଅଟକି ନଥିଲା । ମ୍ୟାଚ୍‌ର ଇନ୍‌ଜୁରୀ ଟାଇମ୍‌ରେ ହାଓ ଫେଙ୍ଗ୍ ଚୀନ୍ ପକ୍ଷରୁ ପଞ୍ଚମ ଗୋଲ୍ କରି ଫିଫା ର‌୍ୟାଙ୍କିଙ୍ଗ୍‌ର ୯୯ତମ ସ୍ଥାନରେ ଥିବା ଭାରତକୁ ୫-୧ରେ ଶୋଚନୀୟ ଭାବେ ପରାଜିତ କରିଥିଲା । ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ହାସଲ ପାଇଁ ଭାରତକୁ ଗ୍ରୁପ୍‌ର ବାକି ଦୁଇଟି ମ୍ୟାଚ୍‌ରେ ମ୍ୟାଁମାର ଏବଂ ବାଂଲାଦେଶକୁ ହରାଇବାକୁ ପଡ଼ିବ । ସେହିପରି ଆଜି ଖେଳାଯାଇଥିବା ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ମ୍ୟାଁମାର ୪-୨ ଗୋଲ୍‌ରେ ବାଂଲାଦେଶକୁ ହରାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking