37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭଲିବଲ୍‌: କାମ୍ବୋଡ଼ିଆକୁ ୩-୦ରେ ହରାଇଲା ଭାରତ

ଭଲିବଲ୍‌: କାମ୍ବୋଡ଼ିଆକୁ ୩-୦ରେ ହରାଇଲା ଭାରତ

ହାଙ୍ଗ୍‌ଝୋ : ଚଳିତ ଏସିଆନ୍ ଗେମ୍ସର ପୁରୁଷ ଭଲିବଲ୍‌ରେ ଭାରତ ବିଜୟୀ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଅନୁଷ୍ଠିତ ପୁଲ୍‌-ସି’ର ପ୍ରଥମ ମ୍ୟାଚ୍‌ରେ ଭାରତ ୩-୦ (୨୫-୧୪, ୨୫-୧୩, ୨୫-୧୯)ରେ କାମ୍ବୋଡ଼ିଆକୁ ହରାଇ ଦେଇଛି । ତେବେ ବୁଧବାର ବିଶ୍ୱର ୨୭ ନମ୍ବର ଟିମ୍ ଦକ୍ଷିଣ କୋରିଆ ବିପକ୍ଷରେ ଭାରତ କଡ଼ା ମୁକାବିଲାର ସମ୍ମୁଖୀନ ହେବ । ମୋଟ ୧୯ ଟିମ୍ ଚଳିତ ଏସିଆନ୍ ଗେମ୍ସର ପୁରୁଷ ଭଲିବଲ୍ ଇଭେଣ୍ଟ୍‌ରେ ଭାଗ ନେଉଥିବା ବେଳେ ଜାପାନ, ଚୀନ୍ ଏବଂ ଦକ୍ଷିଣ କୋରିଆ ପ୍ରତିଯୋଗିତାରେ ବଡ଼ ପାୱାରହାଉସ୍ ଭାବେ କଣାଯାଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏସିଆନ୍ ଗେମ୍ସରେ ଜାପାନ ୧୬, ଚୀନ୍ ୧୧ ଏବଂ କୋରିଆ ପାଞ୍ଚଟି ସ୍ୱର୍ଣ୍ଣ ପଦକ ଜିତି ଶୀର୍ଷ ତିନିଟି ସ୍ଥାନରେ ରହିଛନ୍ତି । ୧୯୫୮ ଟୋକିଓ ଏସିଆନ୍ ଗେମ୍ସରେ ପୁରୁଷ ଭଲିବଲ୍ ପ୍ରଥମ ଥର ପାଇଁ ସାମିଲ କରାଯାଇଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ତିନିଟି ପଦକ ଜିତିଛନ୍ତି । ୧୯୬୨ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧୯୫୮ ଏବଂ ୧୯୮୬ରେ ବ୍ରୋଞ୍ଜ୍ ପଦକ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking