32.1 C
Bhubaneswar
Sunday, June 16, 2024
Homeଓଡିଶାଶେଷ ଦିନରେ ନୟାଗଡରେ ଧୂଆଁଧାର ପ୍ରଚାର, ଛତା ଧରି ଘର ଘର ବୁଲିଲେ ଅରୁଣ

ଶେଷ ଦିନରେ ନୟାଗଡରେ ଧୂଆଁଧାର ପ୍ରଚାର, ଛତା ଧରି ଘର ଘର ବୁଲିଲେ ଅରୁଣ

ନୟାଗଡ଼: ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଗତକାଲିଠୁ ପ୍ରଚାର ଥମିଥିବା ବେଳେ ଶେଷ ଦିନରେ ନୟାଗଡରେ ଜମିଛି ବିଜୁ ଜନତା ଦଳର ପ୍ରଚାର । ଟାଣ ଖରାକୁ ଖାତିର୍ ନକରି ଗାଁ ଗାଁ ବୁଲି ଧୂଆଁଧାର ପ୍ରଚାର କରିଛନ୍ତି ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ । ହାତରେ ଛତା ଏବଂ ମୁଣ୍ଡରେ ଠେକା ବାନ୍ଧି ଅରୁଣ ବୁଲି ବୁଲି ଭୋଟ ମାଗିଛନ୍ତି । ସେ ଲୋକଙ୍କ ପାଖରେ ପହଞ୍ଚିବା ସହ ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶର ଗାଥା ବଖାଣି ଯୋଡ଼ି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ଅପିଲ୍ କରିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଥିଲେ ହେଁ ପ୍ରଚାର କ୍ଷେତ୍ରରେ ଅନ୍ୟ ଦୁଇ ଦଳ ବିଜେଡି ପଛରେ ପଡିଥିବା ଦେଖିବାକୁ ମିଳିଛି ।

ଅରୁଣ ସାହୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ସାରିଲେଣି । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରଚାର କରାଯାଉଥିଲେ ମଧ୍ୟ ପ୍ରାର୍ଥୀମାନେ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିନାହାନ୍ତି । ଏପରିକି ଅନେକ ଗାଁର ଲୋକ ପ୍ରାର୍ଥୀମାନଙ୍କୁ ଏଯାଏଁ ଦେଖି ନାହାନ୍ତି । ଗୁରୁବାର ପ୍ରଚାରର ଶେଷ ଦିନରେ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସକାଳ ୭ଟାରୁ ଡେଙ୍ଗେରାଗୋଡି, ରାଧାନାଥପୁର, ଗଦାଧରପ୍ରସାଦ, ଚମ୍ପତିପୁରରେ ପଦଯାତ୍ରା କରିବା ସହ ଇଟାମାଟିରେ ବାଇକ ରାଲି, ମର୍ଦ୍ଦରାଜପୁର, ଚିନରେ, ନାଗମୁଣ୍ଡୁଳି, ଆଡ଼ଚେର ଓ ଗମେଇ ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking