ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ : ଅରୁଣ ବୋଥ୍ରା

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏକ ଦିର୍ଘ ସମୟର ସାମ୍ବାଦିକ ସମ୍ମୀଳନୀ କରି ବୋଥ୍ରା କହିଛନ୍ତି ଘଟଣାର ସମ୍ପୁର୍ଣ୍ଣ ବିବରଣୀ । କିପରି ପ୍ଲଟ ରଚାଯାଇ ଦୁଷ୍କର୍ମ କରାଯାଇଥିଲା ଓ ହତ୍ୟା କରାଯାଇଥିଲ । ସେ କହିଛନ୍ତି ଯେ ମୋର ୨୨ ବର୍ଷ ପୋଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା । ଏବେ ଯାଏଁ  ପ୍ରତକ୍ଷ୍ୟଦର୍ଶୀ କେହି ନାହାନ୍ତି । ବୈଜ୍ଞାନିକ ପ୍ରମାଣ ହିଁ ଏକାଠି କରାଯାଉଛି । ସେ କହିଛନ୍ତି ଯେ ନାବାଳିକା ସହ ପଡ଼ୋଶୀ ପରିବାରର ଭଲ ସଂମ୍ପର୍କ ଥିଲା । ଜୁନ ୧୩ରେ ନାବାଳିକା ଜଣକ ଜାମୁ କୋଳି ଖାଇବାକୁ ଯାଇଥିଲ।। ସେହି ସମୟରେ ତା’ ସହିତ ଦୁଷ୍କର୍ମ ହୋଇଥିଲ। । ଅଭୁଯୁକ୍ତ ସରୋଜ ସେଠୀ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଛି । ତେବେ ସରୋଜ ସନ୍ଦେହରେ ଆସିବା କାରଣ ହେଉଛ ୧୪ ତାରିଖ ଦିନ ସମସ୍ତଙ୍କ ଘରେ କେହି ନା କେହି ଉପସ୍ଥିତ ଥିଲେ କିନ୍ତୁ ସରୋଜ ଘରେ ସେହି ଦିନ ସେ ଏକା ହିଁ ରହିଥିଲା । ଏବେ ସରୋଜର ଫୋନରୁ ମଧ୍ୟ ବଡ଼ ସୁରାକ ମିଳିଛି । ଫୋନ ଚେକ କରିବା ସମୟରେ ଏକ ନେଟିଫିକେସନ ଆସିଥିଲା । ତେବେ ପୂର୍ବରୁ ସେପରି ଏକ ୩ ବର୍ଷ ଝିଅକୁ ହତ୍ୟା ଓ ଦୁଷ୍କର୍ମର ଭିଡ଼ିଓ ସେ ଦେଖିଥିଲା । ମା’ ଓ ଭଉଣୀ ପଲିଗ୍ରାଫ ପାଇଁ ରାଜି ହୋଇଥିଲେ ମଧ୍ୟ ସରୋଜ ରାଜି ହୋଇନଥିଲା । ଏହି ସବୁ ତଥ୍ୟ ଦେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

LEAVE A REPLY

Please enter your comment!
Please enter your name here