29.1 C
Bhubaneswar
Wednesday, May 1, 2024
Homeଅପରାଧଶାଶୂଘରେ ପହଞ୍ଚି ପ୍ରେମିକାକୁ ଚାପୁଡ଼ା ମାରିଲା ଯୁବକ ଯୁବତୀ କହିଲେ- ‘ସ୍ୱାମୀ ନୁହେଁ ପ୍ରେମିକ ଦରକାର’

ଶାଶୂଘରେ ପହଞ୍ଚି ପ୍ରେମିକାକୁ ଚାପୁଡ଼ା ମାରିଲା ଯୁବକ ଯୁବତୀ କହିଲେ- ‘ସ୍ୱାମୀ ନୁହେଁ ପ୍ରେମିକ ଦରକାର’

ନୂଆଦିଲ୍ଲୀ: ଆଜିକାଲି ଅନେକ ଅଭିଭାବକ ନିଜ ପିଲାଙ୍କ ଖୁସି ପାଇଁ ପ୍ରେମ ବିବାହକୁ ଅନୁମତି ଦେଉଛନ୍ତି ତ ଆଉ କିଛିଜଣ ଏହାକୁ ବିରୋଧ କରି ନିଜ ମନଇଛା କାମ କରୁଛନ୍ତି । ଏଥିପାଇଁ କିଛି ପ୍ରେମୀଯୁଗଳ ଘରଛାଡ଼ି ପଳାଉଛନ୍ତି ତ ଆଉ କିଛି ବାଧ୍ୟ ହୋଇଛି ବିବାହ କରୁଛନ୍ତି । ସେହିପରି ହରଦୋଇ ଜିଲ୍ଲାର ଶାହାବାଦରେ ଜଣେ ଅଜଣା ବ୍ୟକ୍ତି ସହ ବାଧ୍ୟ କରି ବିବାହ କରିବାରୁ ଯୁବତୀ ଜଣକ ସମସ୍ତ ସମ୍ପର୍କ ଭାଙ୍ଗିଦେଇଛନ୍ତି । ପୋଲିସ ଷ୍ଟେସନରେ ସେ ପ୍ରେମିକର ହାତ ଧରିଛନ୍ତି ।

ପୋଲିସ ମଧ୍ୟ ଯୁବତୀଙ୍କ ତାଙ୍କ ପ୍ରେମିକ ସହ କାନପୁର ବିଦା କରିଛି । ସୂଚନା ଅନୁସାରେ, ଶାହାଜାହାନପୁରର ରାମଚନ୍ଦ୍ର ମିଶନ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବତୀ ରେଲୱେରେ କୋଚିଂ କରୁଥିଲେ । ସେଠାରେ କାନପୁର କଲ୍ୟାଣପୁରର ଜଣେ ଯୁବକ ମଧ୍ୟ କୋଚିଂ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିଛି ଦିନ ପରେ ପ୍ରେମିକ ନିଜ ଘରକୁ ଚାଲିଯାଇଥିଲା । ସେପଟେ ୧୪ ମେ’ରେ ପ୍ରେମିକାର ପରିବାର ଲୋକେ ଆଉ ଜଣେ ଅଜଣା ଯୁବକଙ୍କ ସହ ତାଙ୍କର ବିବାହ କରିଦେଲେ ।

ଖବର ପାଇବା ପରେ ପ୍ରେମିକ ଜଣକ ଯୁବତୀଙ୍କ ଭାଇ ହୋଇ ପ୍ରେମିକାର ଶାଶୂଘରେ ପହଞ୍ଚି ଧମକାଇଥିଲା । ସେଠାରେ ପ୍ରେମିକାକୁ ଚାପୁଡ଼ା ମାରିବାର ତାଙ୍କ ସ୍ୱାମୀ ଦେଖିଦେଇଥିଲେ । ସ୍ୱାମୀ ଏହାର ଖବର ଯୁବତୀଙ୍କ ବାପଘରେ ଦେବା ସହ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ । ମଙ୍ଗଳବାର ଦିନ ପୋଲିସ ଉଭୟ ପକ୍ଷଙ୍କୁ କୌତବାଲି ଡକାଇଥିଲା ।

ସ୍ୱାମୀ ସହ ରହିବା ବା ବାପଘରକୁ ଯିବା ପାଇଁ ଯୁବତୀ ମନା କରିଦେଲେ । ପଚରାଉଚରା ପରେ ଯୁବତୀ କହିଥିଲେ ଯେ, ପରିବାର ଲୋକେ ତାଙ୍କର ଜବରଦସ୍ତି ବିବାହ କରିଥିଲେ । ସେ ନାବାଳିକା ହୋଇନଥିବାରୁ ନିଜ ବିଷୟରେ ନିଷ୍ପତ୍ତି ନେବାକୁ ତାଙ୍କର ଅଧିକାର ରହିଛି । ଏଥିପାଇଁ ସେ ନିଜ ପ୍ରେମିକ ସହ ଯିବେ ବୋଲି କହିଥିଲେ । ଏହା କହି ସେ ସମସ୍ତ ସମ୍ପର୍କ ତୁଟାଇ ଥାନାରେ ଥିବା ପ୍ରେମିକର ହାତ ଧରିଥିଲେ । କୌତୱାଲ ପୋଲିସ ମଧ୍ୟ ଯୁବତୀଙ୍କ ତାଙ୍କ ପ୍ରେମିକ ସହ କାନପୁର ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking