38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆର୍ଯ୍ୟଭଟ ଗୌରବ ସମ୍ମାନ ପ୍ରଦାନ ଅନଲାଇନ ଉତ୍ସବ ଅନୁଷ୍ଠିତ

ଆର୍ଯ୍ୟଭଟ ଗୌରବ ସମ୍ମାନ ପ୍ରଦାନ ଅନଲାଇନ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ/ ଚଣ୍ଡୀଗଡ଼ /କୋଲକାତା /ଭୁବନେଶ୍ୱର,:
ଛାତ୍ର କୁ ସଫଳ ନେତୃତ୍ୱ ନେବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ପାରଦର୍ଶିତା ପ୍ରଦାନ କରୁଥିବା ଶିକ୍ଷକ ହିଁ ବାସ୍ତବରେ ସମାଜର କର୍ଣ୍ଣଧାର ବୋଲି ସାଂସଦ ଅମର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି | ଅନଲାଇନ ଯୋଗେ ଆୟୋଜିତ ଆର୍ଯ୍ୟଭଟ ଗୌରବ ସମ୍ମାନ ୨୦୨୦ ପ୍ରଦାନ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଜଣେ ପାରଙ୍ଗମ ନେତା ର ପରିଚିତି ସଂଖ୍ୟା ଦ୍ୱାରା ନୁହେଁ, ତାର ପରାକ୍ରମୀ ଅନୁଗାମୀ ମାନଙ୍କର ସାଫଲ୍ୟ ଦ୍ୱାରା ହିଁ ସାବ୍ୟସ୍ତ ହୋଇଥାଏ ବୋଲି ଶ୍ରୀ ପଟ୍ଟନାୟକ ସୁଚାଇଥିଲେ | ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ଓ ଏନ.ଜି . ଓ ଫେଡେରେସନ ଅଫ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଇଣ୍ଟରନେଟ ସମାବେଶ କୁ ଟ୍ରଷ୍ଟ ର ମ୍ୟାନେଜିଂଗ ଟ୍ରଷ୍ଟି ଡକ୍ଟର ଚିଦାତ୍ମିକା ଖଟୁଆ ଓ ଫେଡେରେସନ ର ସାଧାରଣ ସମ୍ପାଦକ ଡକ୍ଟର ଆର.ଏନ.ବେହେରା ପରିଚାଳନା କରିଥିଲେ | ସମାରୋହ ରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦିଲ୍ଲୀ ଏମସ ର ପୂର୍ବତନ ନିର୍ଦେଶକ ଡକ୍ଟର ଆର.ସି.ଡେକା,ଆମ୍ବେଦକର ଫାଉଂଡେସନ ର ନିର୍ଦେଶକ ଡକ୍ଟର ଦେବେନ୍ଦ୍ର ମାଝୀ,ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ରେଭେନ୍ଶା ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ବି.ସି.ତ୍ରିପାଠୀ,ଏନ.ଜି . ଓ ଫେଡେରେସନ ର ଅଧ୍ୟକ୍ଷ ଏସ.କେ. ଯାଦବ,ଚଳଚିତ୍ର ତାରକା ଶର୍ମିଷ୍ଠା ବିଶ୍ୱାସ ପ୍ରମୁଖ କରୋନା ମହାମାରୀ ର କରାଳ ଛାୟା ଭଳି ପ୍ରତିକୂଳ ପରିସ୍ଥିତି ସତ୍ୱେ ଆୟୋଜକ ମାନେ ପୂଜ୍ୟ ପୂଜା ର ଏହି ମହାନ ପରମ୍ପରା ଜାରି ରଖି ଥିବା ବିଷୟ କୁ ଭୁରି ଭୁରି ପ୍ରସଂଶା କରିଥିଲେ |

ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଦାନ କ୍ଷେତ୍ର ରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଓ.ୟୁ.ଏ.ଟି ର କୁଳପତି ପବନ କୁମାର ଅଗ୍ରୱାଲ, ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷ ଡକ୍ଟର ଅରୁନ୍ଧତୀ ଦେବୀ, ରମାଦେବୀ ବିଶ୍ୱବିଦ୍ୟାଳୟ ର କୁଳପତି ପଦ୍ମଜା ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡକ୍ଟର ଦିପ୍ତୀରଂଜନ ସାହୁ, ଚଣ୍ଡୀଗଡ଼ ର ଶିକ୍ଷୟତ୍ରୀ ମୌସମୀ ଭଟ୍ଟାଚାର୍ଜି, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ଅମୀୟ କୁମାର ଦାସ, ପୁଷ୍ପଗିରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକ, ରାୟପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ସଂଘମିତ୍ରା ରାଜଗୁରୁ ଏବଂ ଗୁରୁକୁଳ ସଂସ୍ଥାନ ର ଅଧ୍ୟକ୍ଷ ଡକ୍ଟର ଜ୍ଞାନେନ୍ଦ୍ର ନାରାୟଣ ସେନଗୁପ୍ତାଙ୍କୁ ଆର୍ଯ୍ୟଭଟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା | ଡିଜିଟାଲ ଉତ୍ସବ ଶେଷ ରେ ଅଲିଭା ସ୍ମୃତି ରଥ, ମୃଣ୍ମୟୀ ରଥ ଓ ପ୍ରଫେସର ଆଭା ସତପୁରା ପତି ପ୍ରମୁଖ ମନଲୋଭା ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଂକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ | କ୍ରିତିକା ମହାନ୍ତି ସ୍ୱାଗତ ନୃତ୍ୟ ପ୍ରସ୍ତୁତ କରିଥିଲେ | ଆନି ଶତପଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ର ସୁସଂଯୋଜନା କରିଥିଲେ | ସମଗ୍ର ଆୟୋଜନ କୁ ତତ୍ୱାବଧାନ କରିବାରେ ଦୀପ୍ତି ପଟନାୟକ ଓ ରଜନୀକାନ୍ତ ମିଶ୍ର ସକ୍ରିୟ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking