28.1 C
Bhubaneswar
Thursday, May 2, 2024
Homeଖେଳକୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

ବ୍ରାସିଲିଆ: କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାର ଡି-ମାରିଆ ଏକମାତ୍ର ଗୋଲ୍‌ ଦେଇଥିଲେ। ଏହାପରେ ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଲିଓନାଲ ମେସିଙ୍କ ଟିମର କଡ଼ା ଡିଫେନ୍ସକୁ ଭେଦି ପାରିନଥିଲା ନିଏମାରଙ୍କ ଦଳ। ମ୍ୟାଚରେ ବ୍ରାଜିଲ କେତେକ ସୁଯୋଗ ପାଇଥିଲା, ତେବେ କୌଣସି ଖେଳାଳି ସେହି ସୁଯୋଗକୁ ଗୋଲ୍‌ରେ ପରିଣତ କରିପାରିନଥିଲେ। ଏହାପୂର୍ବରୁ ୧୯୯୩ରେ ଆର୍ଜେଣ୍ଟିନା ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିଲା।

ଅନ୍ୟପକ୍ଷେ, ସେପଟେ ୟୁରୋକପ୍ ଫାଇନାଲରେ ଆଜି ଇଟାଲୀକୁ ଭେଟିବ ଇଂଲଣ୍ଡ। ସେମି ଫାଇନାଲରେ ଇଂଲଣ୍ଡ ଡେନମାର୍କକୁ ୨-୧ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଥିଲା। ସେହିପରି ଅନ୍ୟ ଏକ ସେମି`ଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟରେ ସ୍ପେନକୁ ୪-୨ ଗୋଲରେ ହରାଇ ଇଟାଲୀ ଫାଇନାଲରେ ପହଞ୍ଚିଛି। ୱେମ୍ବଲି ଷ୍ଟାଡିଅମ୍‌ରେ ୟୁରୋକପର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ଇଟାଲୀ ନିଜର ୩୩ଟି ମ୍ୟାଚ୍‌ରେ ଅପରାଜୟ ରହିଛି ।ସେପଟେ ଇଂଲଣ୍ଡ ଏହି ସିଜନରେ ଖେଳିଥିବା ୧୭ଟି ମ୍ୟାଚରୁ ୧୫ଟିରେ ବିଜୟୀ ହୋଇଛି। ୧୯୬୮ ମସିହାରେ ଇଟାଲୀ ୟୁରୋକପ ଜିତିଥିବା ବେଳେ ୨୦୦୦ ଓ ୨୦୧୨ ୟୁରୋକପ୍‌ ଫାଇନାଲରେ ରନର୍ସଅପ୍ ହୋଇଥିଲା। ସେପଟେ ଇଂଲଣ୍ଡ ପ୍ରଥମଥର ଲାଗି ୟୁରୋକପ୍ ଫାଇନାଲରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking