28.1 C
Bhubaneswar
Saturday, April 27, 2024
Homeଖେଳଆର୍ଚେରୀ ବିଶ୍ୱକପ୍‌: ଫାଇନାଲ୍‌ରେ ଭାରତୀୟ ମହିଳା ଦଳ

ଆର୍ଚେରୀ ବିଶ୍ୱକପ୍‌: ଫାଇନାଲ୍‌ରେ ଭାରତୀୟ ମହିଳା ଦଳ

ପ୍ୟାରିସ: ଭାରତୀୟ ମହିଳା ରିକର୍ଭ ଟିମ୍ ପ୍ୟାରିସ୍‌ରେ ଚାଲିଥିବା ଆଚେରୀ ବିଶ୍ୱକପ୍ ଷ୍ଟେଜ୍‌-୩ର ଫାଇନାଲ୍‌ରେ ପ୍ରବେଶ କରିଛି । ଦୀପିକା କୁମାରୀ, ଅଙ୍କିତା ଭଗତ ଏବଂ ସିମରନ୍‌ଜୀତ କୌରଙ୍କ ଭାରତୀୟ ଟିମ୍ ସେମିଫାଇନାଲ୍‌ରେ ଗୁଲନାଜ୍ କୋସ୍କୁନ୍‌, ଏଗାଜୀ ବସରନ୍ ଏବଂ ୟାସ୍ମିନ୍ ଆଙ୍ଗୋଜ୍‌ଙ୍କ ତୁର୍କୀ ଟିମ୍‌କୁ ୫-୩ରେ ହରାଇ ଦେଇଛି । ତୁର୍କୀ ସ୍ୱର୍ଣ୍ଣ ପଦକ ଦାବିଦାର ସାଉଥ କୋରିଆକୁ ହରାଇ ଅନ୍ତିମ ୪ରେ ପହଞ୍ଚିଥିଲା । ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ରବିବାର ଭାରତର ମୁକାବିଲା ତାଇୱାନ୍ ସହ ହେବ ।

ଗତବର୍ଷ ଭାରତୀୟ ମହିଳା ଟିମ୍ ଏହି ଇଭେଣ୍ଟ୍‌ର ସ୍ୱର୍ଣ୍ଣ ପଦକ ଜିତିଥିଲା । କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍‌ରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତୀୟ ଟିମ୍‌କୁ ୧୩ଶ ସିଡ୍ ମିଳିଥିଲା । ପ୍ରଥମ ରାଉଣ୍ଡ୍‌ରେ ଭାରତ ୫-୧ରେ ୟୁକ୍ରେନ୍‌କୁ ହରାଇଥିଲା । ଏହାପରେ କ୍ୱାର୍ଟର୍ ଫାଇନାଲ୍‌ରେ ବ୍ରିଟେନ୍ ବିପକ୍ଷରେ ୬-୦ର ସହଜ ବିଜୟ ହାସଲ କରିଥିଲା । ତେବେ ପୁରୁଷ ବିଭାଗରେ ଭାରତୀୟ ଟିମ୍‌କୁ ନିରାଶ ହେବାକୁ ପଡ଼ିଥିଲା। ଅନୁଭବୀ ତରୁଣଦୀପ ରାୟ, ଜୟନ୍ତ ତାଲୁକଦାର ଏବଂ ପ୍ରବାଣ ଯାଦବଙ୍କ ଅଷ୍ଟମ୍ ସିଡ୍ ଭାରତୀୟ ଟିମ୍ ପ୍ରଥମ ରାଉଣ୍ଡ୍‌ରେ ହିଁ ସ୍ୱିଜରଲାଣ୍ଡଠାରୁ ୪-୫ରେ ପରାଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking