33.1 C
Bhubaneswar
Thursday, April 25, 2024
Homeଖେଳଲିସେଷ୍ଟରଶାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍‌: ଭାରତ ୨୪୬/୮

ଲିସେଷ୍ଟରଶାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍‌: ଭାରତ ୨୪୬/୮

ଲିସେଷ୍ଟର: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ଲିସେଷ୍ଟର୍‌ଶାୟାର ବିପକ୍ଷରେ ଚାରିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳୁଛି । ଗୁରୁବାର ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୮ ୱିକେଟ୍ ବିନିମୟରେ ୨୪୬ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଦିନର ମ୍ୟାଚ୍ ଶେଷ ବେଳକୁ ୱିକେଟ୍‌କିପର୍ ଶ୍ରୀକର ଭରତ ୭୦ ଏବଂ ମହମ୍ମଦ ଶମୀ ୧୮ ରନ୍ କରି କ୍ରିଜ୍‌ରେ ଥିଲେ । ଭାରତୀୟ ଟିମ୍‌ର ସମସ୍ତ ଖେଳାଳିଙ୍କୁ ଅଭ୍ୟାସ ସୁଯୋଗ ଦେବା ସକାଶେ ଟିମ୍‌ର ଚାରିଜଣ ଖେଳାଳି ଚେତେଶ୍ୱର ପୂଜାରା, ଋଷଭ ପନ୍ତ, ଜସ୍‌ପ୍ରୀତ୍ ବୁମ୍‌ରା ଏବଂ ପ୍ରସିଦ୍ଧି କ୍ରିଷ୍ଣା ଲିସେଷ୍ଟର୍‌ଶାୟାର୍ ପକ୍ଷରୁ ଖେଳୁଛନ୍ତି ।

କ୍ୟାପ୍‌ଟେନ୍ ରୋହିତ ଶର୍ମା (୨୫)ଙ୍କ ସହ ଇନିଂସ୍ ଓପନ୍ କରିଥିବା ଶୁଭମନ ଗିଲ୍ ମାତ୍ର ୨୧ ରନ୍ କରିଥିବା ବେଳେ ୱିଲ୍ ଡେଭିସ୍‌ଙ୍କ ଶିକାର ହୋଇଥିଲେ । ଏହାପରେ ରୋହିତ ୨୫ ରନ୍ ଏବଂ ହନୁମା ବିହାରୀ ୩ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର୍ ଖାତା ଖୋଲିପାରି ନଥିଲେ । ୫୫ ରନ୍‌ରେ ଭାରତର ୪ଟି ୱିକେଟ୍ ପତନ ଘଟିଥିଲା । କୋହଲିଙ୍କ ସହ ଯୋଗ ଦେଇଥିବା ରବୀନ୍ଦ୍ର ଜାଡ଼େକା ଦଳୀୟ ସ୍କୋର୍ ୮୧ ରନ୍ ବେଳେ ୧୩ ରନ୍ କରି ଆଉଟ୍ ହୋଇଥିଲେ ।

କୋହଲି ୩୩ ରନ୍ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁର ୬ ଏବଂ ଉମେଶ ଯାଦବ ୨୩ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରୀକର ଭରତ ଇନିଂସ୍ ସମ୍ଭାଳି ୧୧୧ ବଲ୍‌ରେ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୭୦ ରନ୍ କରି ଶମୀ (୧୮)ଙ୍କ ସହ ବ୍ୟାଟିଂ କରୁଥିଲେ । ଲିସେଷ୍ଟରଶାୟାର୍ ପକ୍ଷରୁ ରୋମାନ୍ ୱାକର୍ ସର୍ବାଧିକ ୫ଟି, ୱିଲ୍ ଡେଭିସ୍ ୨ଟି ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍ ହାସଲ କରିଥିଲେ । ପନ୍ତ୍ ଦୁଇଟି ଆକର୍ଷଣୀୟ କ୍ୟାଚ୍ ନେଇ ଶୁବମନ ଗିଲ୍ ଓ ଶ୍ରେୟସ ଆୟରଙ୍କୁ ପ୍ୟାଭିଲିୟନ୍ ପଠାଇବାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking