ଭୁବନେଶ୍ଶ୍ୱର: ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମାଲା । ଆସନ୍ତା ୫ ତାରିଖରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ । ଇଡିର ପ୍ରଡକ୍ସନ ଆବେଦନ ଆଧାରରେ ହାଜର ହେବେ ଅର୍ଚ୍ଚନା । କୋର୍ଟରେ ହାଜର ପରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ ହେବ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଇଡି । ପୂର୍ବରୁ ଇଡି ଶ୍ରଦ୍ଧାଞ୍ଜଳି ବେହେରା ଓ ଡ୍ରାଇଭର ଚନ୍ଦନକୁ ପଚରାଉଚରା କରିସାରିଛି । ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଜେରା କରିଥିବା ବେଳେ , ଡ୍ରାଇଭର ଚନ୍ଦନଙ୍କୁ ୯ ଘଣ୍ଟାର ଜେରା କରିଥିଲା ।