32.1 C
Bhubaneswar
Thursday, May 9, 2024
Homeଓଡିଶାଅର୍ଚ୍ଚନା ନାଗ ମାମଲା: ହାଇକୋର୍ଟରୁ ଖଗେଶ୍ବରଙ୍କ ଜାମିନ ମଞ୍ଜୁର

ଅର୍ଚ୍ଚନା ନାଗ ମାମଲା: ହାଇକୋର୍ଟରୁ ଖଗେଶ୍ବରଙ୍କ ଜାମିନ ମଞ୍ଜୁର

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ରଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ବରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଗୁରୁବାର ରାୟ ପ୍ରକାଶ ପାଇଛି।

ଆବଶ୍ୟକ ସର୍ତ୍ତ ପୂରଣ ପରେ ଖଗେଶ୍ବରଙ୍କୁ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲାକମେଲ ଘଟଣାରେ ଅର୍ଚ୍ଚନାଙ୍କ ଗିରଫଦାରୀ ପରେ ତାଙ୍କ କଳାଟଙ୍କା କାରବାର ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ଇଡି ଏ ନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ମାମଲାରେ ଖଗେଶ୍ବରଙ୍କୁ ଇଡି ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବରଙ୍କ ସହିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଭିରାମ ପାତ୍ର ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking