30.1 C
Bhubaneswar
Thursday, May 9, 2024
Homeଅପରାଧମାଆର ଚରିତ୍ରକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କଲା ୧୭ ବର୍ଷର ପୁଅ

ମାଆର ଚରିତ୍ରକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କଲା ୧୭ ବର୍ଷର ପୁଅ

ମୁମ୍ବାଇ: ମାଆର ଚରିତ୍ରକୁ ସନ୍ଦେହ କରି ପୁଅର ଜଘନ୍ୟ କାଣ୍ଡ । ମାଆକୁ କୁରାଢୀରେ ହାଣି ହତ୍ୟା କଲା ୧୭ ବର୍ଷୀୟ ପୁଅ । ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ମୃତ ମହିଳା ୩୫ ବର୍ଷୀୟା ସୋନାଲି ଗୋଗ୍ରା । ନାବାଳକ ପୁଅ ସବୁବେଳେ ତାଙ୍କର ଚରିତ୍ରକୁ ସନ୍ଦେହ କରୁଥିଲା । ରବିବାର ରାତିରେ ମହିଳା ନିଜ ଫୋନରେ କାହାକୁ ମେସେଜ କରିଥିଲେ । ଏହା ଦେଖିବା ପରେ ରକ୍ତମୁଖା ହୋଇଯାଇଥିଲା ନାବାଳକ ପୁଅ । ଏହାପରେ ନିଜର ଜନ୍ମକଲା ମାଆକୁ ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ପାଲଘର ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି ।

ଅଭିଯୁକ୍ତ ନିଜ ମାଆର ଚରିତ୍ରକୁ ସନ୍ଦେହ କରୁଥିଲା । ଏହାକୁ ନେଇ ମାଆ ପୁଅଙ୍କ ଭିତରେ ଅନେକ ସମୟରେ ଝଗଡା ହେଉଥିଲା । ଗତ ରବିବାର ରାତିରେ ରାତ୍ରିଭୋଜନ ସମୟରେ ସୋନାଲି ନିଜ ଫୋନରୁ କାହାକୁ ମେସେଜ କରୁଥିବା ପୁଅ ଆଖିରେ ପଡିଥିଲା । ଏଥିରେ ସେ ଖୁବ୍ ରାଗି ଯାଇ ହିତାହିତ ଜ୍ଞାନ ହରାଇ ବସିଥିଲା । ଏହାପରେ ଘରୁ ଗୋଟିଏ କୁରାଢୀ ଆଣି ନିଜ ମାଆ ଉପରେ ଆକ୍ରମଣ କରିଥିଲା । ଘଟଣା ଘଟିବା ସମୟରେ ଘରେ କେହି ପରିବାର ସଦସ୍ୟ ନଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭିୱାଣ୍ଡି ସ୍ଥିତ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାରେ ପୋଲିସ ଆଇପିସିର ଧାରା ୩୦୨ରେ ଅଭିଯୁକ୍ତ ପୁଅ ବିରୋଧରେ ମାମଲା ରୁଜୁ କରି ଛାନଭିନ କରୁଛି । ତେବେ ଅଭିଯୁକ୍ତ ନାବାଳକ ଜଣକ ଫେରାର୍ ରହିଥିବା ବେଳେ ଏ ପର୍ଯ୍ୟନ୍ତ ସେ ଧରାପଡି ନାହିଁ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking