ବଲାଙ୍ଗିର – ଆସନ୍ତା ଏପ୍ରିଲ ୧ ତାରିଖକୁ କଳା ଦିବସ ରୂପେ ପାଳନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରିଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶ ଗଠନ ହେବା ସହ କୋସଳାଂଚଳର ଏକ ଜିଲ୍ଲାକୁ ଏହି ଦିନ ଓଡିଶା ସହ ମିଶେଇ ଦେଇଥିବାରୁ ତଥା ପରେ ପରେ କୋସଳାଚଳର ବାକୁ ଗଡଜାତମାନଙ୍କୁ ଓଡିଶା ସହ ମିଶେଇ ଦେଇ ସେ ଦିନରୁ ଏ ଅଂଚଳ କୁ ଉଗ୍ର ଉପନିବେଶିକ ଶୋଷଣର ଶିକାର କରିଥିବାରୁ ଏହାର ପ୍ରତିବାଦରେ ପ୍ରତି ବର୍ଷ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏହି ଦିନକୁ କଳା ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ କୋସଳାଂଚଳର ବିଭିନ୍ନ ଜିଲ୍ଲାରେ କୋସଲବାଦୀମାନେ କଳା ପତାକା ଉତ୍ତୋଳନ, କଳା ବେଚ ପରିଧାନ, ଓଡିଶା ମାନଚିତ୍ର ଚିରା, ବନ୍ଦେ ଉତ୍କଳ ଜନୀ ସଂଗୀତ ବର୍ଜନ, ଗଣଧାରଣ, ରାସ୍ତାରୋକୋ ଓ ପ୍ରତିବାଦ ସଭ୍ୟମାନ କରିବେ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ସୁଚନା ଦଇଛି ।
ଆହୁରି ମଧ୍ୟ ସଂବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବୀରେ ଗତ ୨୦୧୩ ମସିହାରୁ ପ୍ରତିବର୍ଷ କୋସଲ ମହାବନ୍ଦ ପାଳିତ ହୋଇଆସୁଛି
ସେହି କ୍ରମରେ ଏବର୍ଷ ମଧ୍ୟ, ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ, କୋସଲାଂଚଳରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ, ଚାଷୀମାନଙ୍କ ଧାନ ବିକ୍ରୀ ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ର ଉଚ୍ଛେଦ, କୋସଲାଂଚଳର ସବୁ ପଦବୀରେ ସ୍ଥାୟୀୟ ନିଯୁକ୍ତି ତଥା କୋସଳାଂଚଳର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ଥାନୀୟ ଛାତ୍ର / ଛାତ୍ରୀଙ୍କ ପାଇଁ ୮୦% ସ୍ଥାନ ସଂରକ୍ଷଣ ଆଦି ଦାବୀ ନେଇ ଏହି ମହାବନ୍ଦ ପାଳନ କରାଯିବ ବୋଲି କୁହାଯାଇଛି । ଏହି ମହାବନ୍ଦରେ କୋସଳାଂଚଳର ଶତାଧିକ ସମାଜିକ/ ସାଂସ୍କୃତିକ ସଂଗଠନ, ଜାତି ସମାଜ, ବାର ଏସୋସିଏସନ, ଯୁବ/ଛାତ୍ର ସଂଗଠନ, କୃଷକ ସଂଗଠନ, ଟ୍ରେଡୟୁନିୟନ ଓ କର୍ମଚାରୀ ସଂଘ, ନିର୍ବାଚିତ ପ୍ରତିନିଧି ଓ ରାଜନୈତିକ ଦଳର କର୍ମକର୍ତ୍ତା ଓ ବୁଦ୍ଧିଜିବୀ ମାନଙ୍କୁ ସାମିଲ କରିବା ପାଇଁ ପ୍ରୟାସ କରାଯିବ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସଂପାଦକ ସୁନିଲ କୁମାର ପୁରୋହିତ ଜଣାଇଛନ୍ତି ।