27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନୂଆ ଲୋକପାଳ ଭାବେ ଏ.ଏମ୍‍ ଖାନୱିଲକରଙ୍କ ନିଯୁକ୍ତି

ନୂଆ ଲୋକପାଳ ଭାବେ ଏ.ଏମ୍‍ ଖାନୱିଲକରଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ ଖାଲି ପଡିଥିଲା ।୨୦୨୨ ମେ’ ୨୭ରେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋକପାଳର ନ୍ୟାୟିକ ସଦସ୍ୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ଏ.ଏମ୍ ଖାନୱିଲକରଙ୍କୁ ନୂଆ ନିଯୁକ୍ତି ମିଳିଛି । ଜଷ୍ଟିସ ଏ.ଏମ୍ ଖାନୱିଲକର ୨୦୨୨ ମସିହା ଜୁଲାଇରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ୍‌ ଅଜୟ ମାନିକରାଓ ଖାନ୍‌ଓ୍ବିଲକରଙ୍କୁ ଲୋକପାଳର ନୂଆ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପ୍ପା ନାରାୟଣ ସ୍ବାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅଓ୍ବସ୍ତି ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ ହୋଇଥିବାବେଳେ ଅଣନ୍ୟାୟିକ ସଦସ୍ୟ ଭାବେ ସୁଶୀଲ ଚନ୍ଦ୍ରା, ପଙ୍କଜ କୁମାର ଏବଂ ଅଜୟ ତିର୍କୀ ନିଯୁକ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking