29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଦୁର୍ଘଟଣା ,୩୧ ଜଣଙ୍କ ମୃତ୍ୟୁ

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଦୁର୍ଘଟଣା ,୩୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତକ ପଶ୍ଚିମ ଆଫ୍ରିକା ଅଞ୍ଚଳ ମାଲିୟନର ବୋଲି ସୂଚନା ମିଳିଛି ।ଗତକାଲି ଅପରାହ୍ନ ୫ ଟାରେ ମାଲିର ପଶ୍ଚିମ ସହର କେନିବା ନିକଟରେ ବସଟି ବ୍ରିଜ ତଳକୁ ଖସିପଡ଼ିଥିବା ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଫଳରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା । ବସଟି ବୁର୍କିନା ଫାସୋକୁ ଯାଉଥିଲା ।ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବସ୍ ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇ ଦେଇଥିଲେ । ଯେଉଁଥିପାଇଁ ବସ୍ ଦୁର୍ଘଟଣା ହୋଇଥିଲା ।ସୂଚନାନୁସାରେ ଜାତିସଂଘର ୨୦୨୩ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ସଡ଼କ ଦୁର୍ଘଟଣା ଜଡ଼ିତ ମୃତ୍ୟୁର ଏକ ଚତୁର୍ଥାଂଶ ବା ୨୫ ଭାଗ କେବଳ ଆଫ୍ରିକାରେ ହେଉଛି । ଯେତେବେଳେ କି, ବିଶ୍ୱରେ ଯେତିକି ଯାନବାହନ ଅଛି ତାର ମାତ୍ର ଦୁଇ ପ୍ରତିଶତ ଆଫ୍ରିକାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking