29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରେଳ ଯାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ,ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ...

ରେଳ ଯାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ,ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ସରକାର ରେଳ ଯାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି। ରେଳବାଇ ପୁଣି ଥରେ ଟିକେଟ୍ ମୂଲ୍ୟକୁ ପ୍ରି-କୋଭିଡ୍ ସ୍ତରକୁ ହ୍ରାସ କରିଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀବାହୀ ଟ୍ରେନର ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। ପୂର୍ବରୁ ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ପାଇଁ ଏକ୍ସପ୍ରେସ ଟ୍ରେନ୍ ଭଡା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ‘ଯାତ୍ରୀବାହୀ ଟ୍ରେନ୍’ରେ ଦ୍ୱିତୀୟ ଶ୍ରେଣୀର ସାଧାରଣ ଭଡା ଧାର୍ଯ୍ୟ କରିଛି। ଆପଣଙ୍କ ଅବଗତ ପାଇଁ କହି ରଖୁ କି ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ୍ ଗୁଡିକ ‘ଏକ୍ସପ୍ରେସ୍ ସ୍ପେସିଆଲ୍’ କିମ୍ବା ‘ମେମୁ ଡେମୁ ଏକ୍ସପ୍ରେସ’ ଟ୍ରେନ୍ ଭାବରେ ଜଣାଶୁଣା। ଗଣମାଧ୍ୟମ ରିପୋର୍ଟ ମୁତାବକ ରେଳବାଇର ଅଧିକାରୀମାନେ ଟିକଟ ବୁକିଂ ମୁଖ୍ୟ ଅଧିକାରୀଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ। ରେଳ ଅଧିକାରୀ ସମସ୍ତ ମେନଲାଇନ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ ବା ମେମୁ ଟ୍ରେନ ଓ ଶୂନ୍ୟରୁ ଆରମ୍ବ ହେଉଥିବା ସମସ୍ତ ଟ୍ରେନର ସାଧାରଣ ଶ୍ରେଣୀ ଭଡ଼ାର ପାଖାପାଖି ୫୦ ପ୍ରତିଶତ ହ୍ରାସ କରାଯିବା ନେଇ ସୂଚନା ରହିଛି। ଏହା ସହିତ, ସଂରକ୍ଷିତ ଟିକେଟ୍ ସିଷ୍ଟମ୍ ଆପରେ ଭଡାରେ ସଂଶୋଧନ କରାଯାଇଥିଲା। ଏହି ଭଡା ହ୍ରାସ ସମସ୍ତ ଟ୍ରେନ୍ ପାଇଁ ପ୍ରଯୁଜ୍ୟ ଯାହା ପୂର୍ବରୁ ଯାତ୍ରୀବାହୀ ଟ୍ରେନ୍ ଭାବରେ ବର୍ଗୀକୃତ ହୋଇଥିଲା ଏବଂ ବର୍ତ୍ତମାନ ସାରା ଦେଶରେ ‘ଏକ୍ସପ୍ରେସ୍ ସ୍ପେସିଆଲ୍’ ଟ୍ରେନ୍ ଭାବରେ ପରିଚାଳିତ ହେଉଛି।କେନ୍ଦ୍ରୀୟ ରେଳ ଯାତ୍ରୀ ପରାମର୍ଶଦାତା କମିଟି ସଦସ୍ୟ ଶିବନାଥ ବିୟାନି ଗଣମାଧ୍ୟମକୁ କହିଛନ୍ତି ଯେ ଅନେକ ଗନ୍ତବ୍ୟ ସ୍ଥଳରେ ଟିକେଟ୍ ମୂଲ୍ୟ ହ୍ରାସ କରାଯାଇଛି। ଏହି ଦର ହ୍ରାସ ଗୁରୁବାର ଠାରୁ ଲାଗୁ ହୋଇଛି। ବିୟାନି କହିଛନ୍ତି ଯେ ମହାମାରୀ ସମୟରେ ଅତ୍ୟଧିକ ଭିଡ଼ ନହେବା ପାଇଁ ଚାରି ବର୍ଷ ପୂର୍ବେ ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯାଇଥିଲା। ଯେତେବେଳେ ଏଗୁଡିକ ପୁନଃ ଆରମ୍ଭ ହେଲା, ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଏକ୍ସପ୍ରେସ ଭଡା ଦେବାକୁ ପଡ଼ୁଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିୟାନି ସ୍ୱାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking