27.1 C
Bhubaneswar
Wednesday, June 26, 2024
Homeଓଡିଶାମେ’ ୨୯ରୁ-ଜୁନ୧୨ ମଧ୍ୟରେ ରିଚେକିଂ ପାଇଁ ଆବେଦନ

ମେ’ ୨୯ରୁ-ଜୁନ୧୨ ମଧ୍ୟରେ ରିଚେକିଂ ପାଇଁ ଆବେଦନ

ଭୁବନେଶ୍ୱର : ସରିଛି ମାଟ୍ରିକ ପରୀକ୍ଷା । ସରିଛି ପରୀକ୍ଷା ଖାତାର ମୂଲ୍ୟାୟନ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଚଳିତ ବର୍ଷର ମାଟ୍ରିକ ଫଳାଫଳ ୨୬ରେ ପ୍ରକାଶ ପାଇବ। ସକାଳେ ସାଢେ ୧୦ଟାରେ ପ୍ରକାଶ ପାଇବ ରେଜଲ୍ଟ । ମେ’ ୨୯ରୁ- ଜୁନ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ। ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଇଣ୍ଟରନେଟ୍‌ ସୁବିଧା ନ ଥିଲେ ୫୬୭୬୭୫୦ ଏସ୍‌ଏମ୍‌ଏସ୍‌ କରି ରେଜଲ୍ଟ ଜାଣିପାରିବେ। ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଖବର ଅନୁଯାୟୀ, ଚଳିତବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking