25.2 C
Bhubaneswar
Monday, July 14, 2025
Homeଓଡିଶାବିଜେଡି ଅଫିସ୍ କେବେ ସିଲ୍ ହେବ - ସାଂସଦ ଅପରାଜିତା ଷଢ଼ଙ୍ଗୀ

ବିଜେଡି ଅଫିସ୍ କେବେ ସିଲ୍ ହେବ – ସାଂସଦ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦଙ୍କର ପ୍ରେସ୍ର ମୀଟିଙ୍ଗ। ରାଜ୍ୟ ସରକାର କୋଡିଡ୍ ଆଇନ ଉଲ୍ଲଂଘନ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ଅଫିସ୍ ସିଲ୍ କରିବା ପରେ ବିଜେଡି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସେ। ପ୍ରମାଣ ସ୍ବରୂପ ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡିର କର୍ମୀ ଓ ନେତା କିଭଳି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ତାହା ସାମ୍ବାଦିକ ସମ୍ମଳନୀରେ ସାମ୍ନାକୁ ଆଣିଛନ୍ତି ଅପରାଜିତା । ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଖୋଲାଖୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ସେ କହିଛନ୍ତି ଯେ ଗତ ୩ ତାରିଖରେ ମହରଥୀଙ୍କ ଅନ୍ତିମଯାତ୍ରା ବେଳେ ବିଜେଡି ପାର୍ଟି ଅଫିସରେ , ଗାନ୍ଧୀ ଜୟନ୍ତି ପାଳନ ବେଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟ, ଗୋପ ବ୍ଲକରେ ବିଜେଡି ପଦଯାତ୍ରା, ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରୟଙ୍କ ଜନ୍ମଦିନ ବେଳେ, ଭୁବନେଶ୍ବର ରେଳ ଷ୍ଟେସନରେ ବିଜେଡି କର୍ମୀଙ୍କ ଜନସମ୍ପର୍କ ଯାତ୍ରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ବିନା ମାସ୍କ ଫଟୋ ଏବଂ କରୋନା ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ସମୀର ରଞନ ଦାସ ବିନା ମାସ୍କରେ ଶେଷ ଦର୍ଶନ କରିଥିବାର ଫଟୋ ସେ ଗଣମାଧ୍ୟମ ଆଗରେ ପ୍ରମାଣ ସ୍ୱରୁପ ଦେଖାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝୁଛନ୍ତି। ତାଙ୍କ ଅଫିସ ଆଜି ବିଏମସି ୧୫ ଦିନ ଅଫିସ ସିଲ କରିଦେଇଥିଲେ ସୁଦ୍ଧା ସେ ଅଫିସ ବାହାରେ କାର୍ଯ୍ୟ କରିବେ ବୋଲି ବିଜେଡିକୁ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking