33.1 C
Bhubaneswar
Thursday, April 25, 2024
Homeଓଡିଶାବୃକ୍ଷରେ ଗୋପବନ୍ଧୁଙ୍କ ପ୍ରତିଛବି ପ୍ରସ୍ତୁତ କଲେ ସମରେନ୍ଦ୍ର

ବୃକ୍ଷରେ ଗୋପବନ୍ଧୁଙ୍କ ପ୍ରତିଛବି ପ୍ରସ୍ତୁତ କଲେ ସମରେନ୍ଦ୍ର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବେତନଟୀ ଚିତ୍ରକଳା ଜଗତରେ ନିଜର ଏକ ଅନୁନ୍ୟ ପରିଚୟ ସୃଷ୍ଟି କରିପାରିଥିବା ସମରେନ୍ଦ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରେ ତାଙ୍କର ଏକ ସୁନ୍ଦର ପ୍ରତିଛବି ଏକ ବୃକ୍ଷ ଦେହରେ ପ୍ରତିଷ୍ଠା କରିପାରିଛନ୍ତି । “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାସୀ ଚାଲି ଯାନ୍ତୁ ପିଠିରେ” ଗୋପବନ୍ଧୁଙ୍କ ଏହି ବାର୍ତ୍ତାକୁ ଅନୁସରଣ କରି ଆମକୁ ନିଜର ପୁରା ଜୀବନ ସମର୍ପି ଦେଇ ଥିବା ବୃକ୍ଷ ଟିଏ ତାର ଡାଳ, ପତ୍ର, ଚେର ସବୁ ଅଙ୍ଗରୁ ଆମେ କିଛି ନା କିଛି ସାହାଯ୍ୟ ପାଇ ବଞ୍ଚିଛୁ ଏଣୁ ଆମେ ପ୍ରତ୍ୟେକଟି ଗଛକୁ କିପରି ବଂଚେଇ ରଖିବା ତାହା ଆମ ଦାୟିତ୍ୱ ରହିବା ଦରକାର । ଏହାର ମାଧ୍ୟ୍ୟମ ସାଜିଛନ୍ତି ବେତନଟୀ ବ୍ଲକ ଦହିକୋଟି ପଞ୍ଚାୟତ ଆଗଡା ଗ୍ରାମର ସମରେନ୍ଦ୍ର ବେହେରା । ସେ ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକରେ ଡିଗ୍ରୀ ହାସଲ କରି ସାରି କେନ୍ଦ୍ରାପଡାର ଏକ କଲେଜରେ ମୁଦ୍ରଣ କଳା ବିଭାଗରେ ଶିକ୍ଷକତା କରୁଥିଲେ । ମାତ୍ର କୋରାନା ପାଇଁ ସମସ୍ତ ଶିକ୍ଷାଅନୁଷ୍ଠାନ ବନ୍ଦ ରହିଥିଲା ବେଳେ ତାଙ୍କ ରୋଜଗାର ମଧ୍ୟ ଚାଲିଯାଇଥିଲା । ହେଲେ ସେ ତାକୁ ଭୟ ନକରି ନିଜ ଭିତରେ ରହିଥିବା କଳାର ଜ୍ଞାନ କୌଶଳୀ ସାହାଯ୍ୟରେ ଅଦରକାରୀ ଜିନିଷରୁ ଦରକାରୀ ବସ୍ତୁ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରି ବେରୋଜଗାର ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯେପରି କାଗଜରେ ଲୋକଙ୍କ ଅବିକଳ ପେନସିଲ ଆର୍ଟ, କାଟୁନ କାର୍ଡବୋର୍ଡରେ ଲୋକଙ୍କ ଅବିକଳ ପୋର୍ଟରେଟ ଛବି , ନଡ଼ିଆ ସଢ଼େଇରେ ରଙ୍ଗ ଦେଇ ଚାହା କପ, ବାଉଁଶକୁ ଛାଲି ସେଥିରେ ଡିଜିଟାଲ ମାଧ୍ୟମରେ ଲୋକଙ୍କ ଫୋଟୋକୁ ପ୍ରିଣ୍ଟ କରି ଚାହା କପ, କଫି କପ, ପେନ ଷ୍ଟାଣ୍ଡ ଇତ୍ୟାଦି ପ୍ରସ୍ତୁତ କରି ଅନଲାଇନ ମଧ୍ୟରେ ବିକ୍ରି କରି ରୋଜଗାରର ନୂଆ ରାହା ସୃଷ୍ଟି କରିପାରିଛନ୍ତି । ରାଧାକୃଷ୍ଣନ, ଶାସ୍ତ୍ରୀ ଓ ଗାନ୍ଧୀଜୟନ୍ତୀ ମାନଙ୍କରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ସାବୁନରେ ଅବିକଳ ଚିତ୍ର କାଟି ଅଞ୍ଚଳରୁ ପ୍ରଶଂସା ସାଉଁଟି ଛନ୍ତି । ଏହି ଜୟନ୍ତୀ ମାନଙ୍କରେ ନିଜ ଗାଁ ମଧ୍ୟରେ ରହିଥିବା ଗାନ୍ଧୀଜିଙ୍କ ଷ୍ଟେଚୁକୁ ସାଙ୍ଗମାନଙ୍କ ସହ ମିଶି ମରାମତି କରି ରଙ୍ଗ ଦେଇ ଗ୍ରାମରେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଏହା ସହ ଗୋପବନ୍ଧୁଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଅଧିକାଂଶ ସମୟରେ ଗ୍ରାମରେ ରହିଥିବା ଗରିବ ପିଲାଙ୍କୁ ନିଜ ନିକଟରେ ରହିଥିବା କଳାଶୈଳୀର ଜ୍ଞାନକୁ ସେମାନଙ୍କ ମଧ୍ୟକୁ ଗୁରୁ ରୂପେ ଦାନ କରିଥାନ୍ତି । କୋରାନା ସମୟରେ ବେତନଟୀ ବଜାର ରାସ୍ତା କଡରେ ରହିଥିବା ପାଚେରି ଗୁଡିକରେ ମାସ୍କ ବ୍ୟବହାର, ସାମାଜିଜ ଦୂରତ୍ୱ, ସାନିଟାଇଜର ବ୍ୟବହାର ପାଇଁ ଚିତ୍ର ମଧ୍ୟରେ ସଚେତନତା କରାଇଥିଲେ । ଅଦରକାରୀ ଜିନିଷମାନଙ୍କୁ ବ୍ୟବହାର କରି ତାକୁ କିପରି ବ୍ୟବହାର ଉପଯୋଗୀ ବସ୍ତୁ ଭଳି ଗଢ଼ା ଯାଇ ପାରିବ ତାହା ସମରେନ୍ଦ୍ରଙ୍କୁ ବେଶ ଭଲ ଭାବେ ଜଣା । ଏହି କାର୍ଯ୍ୟ ମଧ୍ୟରେ ବେରୋଜଗାର ଥିବା ବିଭିନ ଯୁବକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଡିଜିଟାଲ ପେଣ୍ଟିଙ୍ଗ ମାଧ୍ୟମରେ ଅନେକ ଜିଲ୍ଲା ଓ ରାଜ୍ୟସ୍ତରୀୟ କଳା ପ୍ରତିଯୋଗିତା ଗୁଡିକରେ ବହୁଥର ବିଜେତା ହୋଇ ସମ୍ମାନିତ ହୋଇଛନ୍ତି । ଆଗାମୀ ଦିନରେ ସେ ନିଜର ଏକ ଏକାଡେମୀ ଖୋଲି ଆର୍ଥିକ ପରିସ୍ଥିତି ଯୋଗୁ ଏହି ଶିକ୍ଷାରୁ ଦୂରେଇଯାଉଥିବା ବହୁପିଲାଙ୍କୁ ଏହି ଚିତ୍ର କଳାକୁ ଶିଖେଇ ତାଙ୍କୁ ରୋଜଗାରକ୍ଷମ କରିବାର ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking