30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶମଣିଷର କର୍କଟ କୋଷିକା ଚିହ୍ନଟ କରିପାରେ ପିମ୍ପୁଡ଼ି

ମଣିଷର କର୍କଟ କୋଷିକା ଚିହ୍ନଟ କରିପାରେ ପିମ୍ପୁଡ଼ି

ନୂଆଦିଲ୍ଳୀ : ଘ୍ରାଣଶକ୍ତି ଜରିଆରେ କୁକୁର ମଣିଷଙ୍କଠାରେ କର୍କଟ ଚିହ୍ନଟ କରିପାରିବ ବୋଲି ପୂର୍ବ ଅଧ୍ୟୟନରୁ ସ୍ପଷ୍ଟ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିମ୍ପୁଡ଼ି ମଧ୍ୟ ସହାୟକ ହୋଇପାରିବ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ମଣିଷର ସୁସ୍ଥ କୋଷିକାରେ କର୍କଟକାରକ କୋଷିକା ଚିହ୍ନଟ କରିବାରେ କିଛି ପିମ୍ପୁଡ଼ି ସକ୍ଷମ । ସେମାନଙ୍କ ଚମତ୍କାର ଘ୍ରାଣ ଶକ୍ତି ଏଥିପାଇଁ ଦାୟୀ । କିନ୍ତୁ ଚିକିତ୍ସା କ୍ଷେତ୍ରରେ ପିମ୍ପୁଡ଼ିଙ୍କର ଏହି ଶକ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବ୍ୟାପକ ପରୀକ୍ଷା ଜରୁରି । କର୍କଟ ଚିହ୍ନିବା ପାଇଁ ଭବିଷ୍ୟତରେ ଆମେ ପିମ୍ପୁଡ଼ିଙ୍କ ସାହାଯ୍ୟ ନେବା ବିଷୟ ଉପରେ ଗବେଷକ ଟିମ୍‌ ଏବେ ଯାଞ୍ଚ୍‌ ଚଳାଇଛନ୍ତି ।

ବର୍ତ୍ତମାନର କର୍କଟ ଚିହ୍ନଟ ପଦ୍ଧତି ଅପେକ୍ଷା ଏହି ପ୍ରକ୍ରିୟା କମ୍‌ ଯନ୍ତ୍ରଣାଦାୟକ ଓ କମ୍‌ ବ୍ୟୟବହୁଳ ବିକଳ୍ପ ହେବ । ଫ୍ରାନ୍ସର ସିଏନ୍‌ଆର୍‌ଏସ୍‌, ୟୁନିଭର୍ସାଇଟ୍‌ ସୋରବୋନ୍‌ ପ୍ୟାରିସ୍‌ ନର୍ଡ, ଇନ୍‌ଷ୍ଟିଚ୍ୟୁଟ୍‌ କୁରି ଏବଂ ଇନ୍‌ସର୍ମର ଗବେଷକମାନେ ଗୋଟିଏ ପ୍ରଜାତିର ପିମ୍ପୁଡ଼ି ଚିହ୍ନଟ କରିଛନ୍ତି । ଏହି ପିମ୍ପୁଡ଼ିର ନିର୍ଦ୍ଦିଷ୍ଟ ଉତ୍ତମ-ବିକଶିତ ଘ୍ରାଣଶକ୍ତି ରହିଛି । ଏହି ପ୍ରଜାତି ‘ଫର୍ମିକା ଫୁସ୍‌କା’ ନାମରେ ପରିଚିତ । ଅଧ୍ୟୟନର ତଥ୍ୟ ଆଇସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି । ଗବେଷଣା ଲାଗି ବୈଜ୍ଞାନିକମାନେ ୩୬ ପିମ୍ପୁଡ଼ିଙ୍କୁ ନେଇ ପରୀକ୍ଷା କରିଥିଲେ । ପ୍ରଥମେ ସେମାନେ ପିମ୍ପୁଡ଼ିଙ୍କୁ କର୍କଟକାରକ ମାନବ କୋଷିକାର ନମୁନାର ଗନ୍ଧ ସଂସ୍ପର୍ଶରେ ଆଣିଥିଲେ । ୨ୟ ସୋପାନରେ ପିମ୍ପୁଡ଼ିଙ୍କୁ ଦୁଇ ଭିନ୍ନ ଭିନ୍ନ ପ୍ରକାର ଗନ୍ଧ ସଂସ୍ପର୍ଶରେ ଆଣିଥିଲେ । ପ୍ରଥମଟି ନୂଆ ପ୍ରକାର ଗନ୍ଧ ଥିଲା । ଦ୍ୱିତୀୟଟି କର୍କଟକାରକ କୋଷିକାର ଗନ୍ଧ ଥିଲା । ଏହି ପରୀକ୍ଷା ସଫଳ ହେବା ପରେ ଗବେଷକମାନେ ପିମ୍ପୁଡ଼ିଙ୍କୁ ଭିନ୍ନ ଭିନ୍ନ କର୍କଟକାରକ କୋଷିକା ସଂସ୍ପର୍ଶରେ ଆଣିଥିଲେ ।

ଏହିଭଳି ଭାବେ ସେମାନେ ଜାଣିବାକୁ ପାଇଲେ ଯେ ପିମ୍ପୁଡ଼ି ସୁସ୍ଥ କୋଷିକା ଓ କର୍କଟକାରକ କୋଷିକା ମଧ୍ୟରେ ପାର୍ଥକ୍ୟ ଚିହ୍ନଟ କରିପାରନ୍ତି । ତାଲିମ ପରେ ଫର୍ମିକା ଫୁସ୍‌କା ପିମ୍ପୁଡ଼ି କର୍କଟକାରକ କୋଷିକା ଦ୍ୱାରା ନିର୍ଗତ ଭୋଲାଟାଇଲ୍‌ ଜୈବ ଯୌଗିକ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ । ବ୍ୟାପକ ରୂପେ ଏହି ପଦ୍ଧତି ପ୍ରୟୋଗ ପୂର୍ବରୁ ମାନବୀୟ ପରୀକ୍ଷଣ ଦ୍ୱାରା ପ୍ରମାଣର ଆବଶ୍ୟକତା ରହିଛି ବୋଲି ଗବେଷକ ଟିମ୍‌ କହିଛନ୍ତି । କିନ୍ତୁ ଏହି ପ୍ରଥମ ଅଧ୍ୟୟନରେ ପିମ୍ପୁଡ଼ିଙ୍କର ଉଚ୍ଚ କ୍ଷମତା ବିଷୟରେ ଜଣାପଡ଼ିଛି । ଖୁବ୍‌ଶୀଘ୍ର ଏବଂ ଦକ୍ଷତାପୂର୍ଣ୍ଣ ଭାବେ ଶିଖିବାରେ ସେମାନେ ସକ୍ଷମ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking