34.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାକୁ ପ୍ରତିଦିନ ଦେଖା କରୁଥିଲା ପଡୋଶୀ, ମାସେ ପରେ ଜଣାପଡିଲା ଯେ ପର୍ନ ଭିଡିଓ ଦେଖାଇ…

ନାବାଳିକାକୁ ପ୍ରତିଦିନ ଦେଖା କରୁଥିଲା ପଡୋଶୀ, ମାସେ ପରେ ଜଣାପଡିଲା ଯେ ପର୍ନ ଭିଡିଓ ଦେଖାଇ…

ନୁଆଦିଲ୍ଲୀ : ଦିଲ୍ଲୀ ପାହାଡଗଞ୍ଜରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି । ଘଟଣା ଏହା ଯେ ପାହାଡଗଞ୍ଜ ଅଞ୍ଚଳରେ ୭ ବର୍ଷର ଜଣେ ନାବାଳିକା ନିଜ ପରିବାର ସହ ରୁହେ । ତାଙ୍କର ଜଣେ ପଡୋଶୀ ନାବାଳିକାଙ୍କୁ ଫୋନରେ ପର୍ନ ଭିଡିଓ ଦେଖାଉଥିଲା ଏବଂ ତାଙ୍କର ଯୌନ ଶୋଷଣ କରୁଥିଲା ।

ପ୍ରାୟ ମାସେ ପର୍ଯ୍ଯନ୍ତ ବ୍ୟକ୍ତି ଜଣକ ନାବାଳିକାର ଯୌନ ଶୋଷଣ କରୁଥିଲା । ଯେତେବେଳେ ନାବାଳିକାର ସ୍ୱାସ୍ଥ୍ଯ ଖରାପ ହେଲା ସେତେବେଳେ ତା ମାଙ୍କୁ ଏସମ୍ପର୍କରେ ସନ୍ଦେହ ହେଲା । ପଚରା ଉଚରା ପରେ ପିଲାଟି ସବୁ କଥା ଜଣାଇଲା ।

ଏହା ପରେ ନାବାଳିକାର ପରିବାର ଲୋକେ ପାହାଡଗଞ୍ଜ ଥାନାରେ ଏନେଇ ଅଭିଯୋଗ କଲେ । ପୋଲିସ ଏହି ମାମଲାରେ POCSO ଆକ୍ଟ ଅନୁସାରେ ମାମଲା ରୁଜୁ କଲା । ଅଭିଯୁକ୍ତର ଫୋନ୍ ଜବତ କରାଗଲା । ଏହି ମାମଲାରେ ତାକୁ ଜେଲ୍ ପଠାଗଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking