32.8 C
Bhubaneswar
Wednesday, June 17, 2026
Homeଓଡିଶାଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶୋଭଯାତ୍ରା

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶୋଭଯାତ୍ରା

ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶୋଭଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ପାୱାର ହାଉସ ଛକ ଠାରୁ ବାହାରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ହେଉଛି । ସରକାରୀ ଅଧିକାରୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଲାଞ୍ଚ ନେବା ଓ ଦେବା ଏକ ଦଣ୍ଡନୀୟ ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ଅଂଶ ଭାବେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏତଦବ୍ୟତୀତ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ସ୍ତରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ କୁମାର ଜେଠୱା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ଦେଢ଼ ହଜାର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଭିଜିଲାନ୍ସ ଆଇଜି ଶ୍ରୀ ସଞ୍ଜୟ କୁମାର କୌଶଲ, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଆରକ୍ଷୀ ଅଧିକ୍ଷକ ଶ୍ରୀ ସରୋଜ କୁମାର ସାମଲ, ୟୁକୋ ବ୍ୟାଙ୍କ ଯୋନାଲ ମୁଖ୍ୟ ଶ୍ରୀ ଭଗୱତ ସିଂ ଭାକୁନି, ୟୁକୋ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking