42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି କୋଟାରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ପୁଣି କୋଟାରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । କୋଟା ସହରର ବିଜ୍ଞାନ ନଗର ଥାନା ଅଞ୍ଚଳରେ ଜଣେ କୋଚିଂ ନେଉଥିବା ଛାତ୍ର ଆଜି ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଛାତ୍ର ଜଣକ ଏକ ଘରୋଇ କୋଚିଂ ସେଣ୍ଟରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଉଛନ୍ତି ସବିର (୧୯) ସେ ଉତ୍ତରପ୍ରଦେଶ ସ୍ଥିତ କନୌଜର ବାସିନ୍ଦା ବୋଲି ଜଣାପଡିଛି । ଥାନାଧିକାରୀଙ୍କ ସୂଚନା ମୁତାବକ, ସବିର ବିଜ୍ଞାନ ନଗର ଥାନା ଅଞ୍ଚଳର ରୋଡ୍ ନମ୍ବର ୧ ରେ ରହୁଥିଲେ । ସବୁଦିନ ସେ ତାଙ୍କ ପରିବାର ସହ କଥା ହଉଥିବାବେଳେ, ଆଜି ସକାଳୁ ସେ ଆଉ ଫୋନ ଉଠାଇନଥିଲେ । ଏନେଇ ସବିର ଙ୍କ ପରିବାର ଲୋକେ ତାଙ୍କ ର ସାଙ୍ଗକୁ ଫୋନ କରିଥିଲେ । ସେ ସକାଳୁ ସବିରଙ୍କ ରୁମକୁ ଯାଇ ଦୀର୍ଘ ସମୟ ଧରି କବାଟ ବାଡେଇଥିଲେ ହେଲେ ସବିଲ କାବାଟ ଖୋଲିନଥିଲେ । ଏନେଇ କାନୁଜ ଗାର୍ଡକୁ ଖବର ଦେଇଥିଲେ । ଏହାପରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପଶିଲାବେଳକୁ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା । ଏନେଇ ପରିବାର ଲୋକଙ୍କୁ ଖବରଦେଇଥିଲା ପୋଲିସ । ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking