30.1 C
Bhubaneswar
Monday, May 20, 2024
Homeଓଡିଶାଆସୁଛି ପୁଣି ଏକ ବାତ୍ୟା!

ଆସୁଛି ପୁଣି ଏକ ବାତ୍ୟା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହା ବାତ୍ୟାର ରୂପ ନେଇପାରେ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ, ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଆକଳନ କରିବା ଆରମ୍ଭ କରିଛନ୍ତି । କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ ଆନ୍ଧ୍ର ଉପକୂଳ ଆଡ଼କୁ ଇଙ୍ଗିତ କରୁଛି । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆକଳନ କରି ନଥିଲେ ମଧ୍ୟ ବାତ୍ୟାର ପ୍ରଭାବ ଭାରତ କିମ୍ବା ବାଂଲାଦେଶରେ ପଡ଼ିପାରେ ବୋଲି ଆକଳନ କରିଛନ୍ତି । ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇ ନଥିବା ବେଳେ କେବଳ ଅବପାତ ହେବ ବୋଲି ସୂଚନା ଦିଆଯାଇଛି ।

ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟିହେବା ପରେ ୨୪ ଘଣ୍ଟାରେ ଏହା ଲଘୁଚାପ ରୂପନେବ । ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତେବେ ଅବପାତ ପ୍ରଭାବରେ କେଉଁଠି ବର୍ଷା ହେବ ସେ ନେଇ କୌଣସି ଆକଳନ ହୋଇନି । ଲଘୁଚାପ ସୃଷ୍ଟି ହେବାପରେ ତା’ର ଗତି କେଉଁଆଡେ ରହୁଛି ଓ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking