23.1 C
Bhubaneswar
Friday, November 20, 2026
Homeଓଡିଶାପଞ୍ଚୁକ ପୂର୍ବରୁ ଶ୍ରୀକ୍ଷେତ୍ରରେ ପୁଣି ଖଜା ରେଡ୍‌

ପଞ୍ଚୁକ ପୂର୍ବରୁ ଶ୍ରୀକ୍ଷେତ୍ରରେ ପୁଣି ଖଜା ରେଡ୍‌

ଶ୍ରୀକ୍ଷେତ୍ରରେ ପୁଣି ଖଜା ଭାଟି ଉପରେ ଚଢ଼ାଉ । ପଞ୍ଚୁକ ଓ କାର୍ତ୍ତିକ ବ୍ରତ ପୂର୍ବରୁ ଖଜାରେ ଅପମିଶ୍ରଣ ରୋକିବାକୁ ଆଜି ସକାଳୁ ବଡ଼ ଧରଣର ରେଡ୍‌ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ନିକଟ ଖୁଣ୍ଟିଆ ସାହିରେ ଥିବା ଖଜା ଭାଟିକୁ ଟାର୍ଗେଟ୍‌ କରିଛି ପ୍ରଶାସନ ।ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖଜା ଭାଟି ଉପରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ସେହି ସମୟରେ ପ୍ରାୟ ୫ କ୍ୱିଣ୍ଟାଲ ଖଜା ଓ ଖଜା ଶିରା ଜବତ କରାଯାଇ ନଷ୍ଟ କରାଯାଇଥିଲା । ଏହାସହ ୪ଟି ଭାଟିକୁ ସିଲ୍‌ କରିଥିଲା ପ୍ରଶାସନ । ଏବେ ପୁଣିଥରେ ଖଜାର ମାନ ଯାଞ୍ଚ ଓ ଅପମିଶ୍ରଣ ରୋକିବା ଉଦ୍ଦେଶ୍ୟରେ ଚଢ଼ାଉ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking