22.1 C
Bhubaneswar
Saturday, November 14, 2026
Homeଓଡିଶାକାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଅଧିକ ଦୋକାନ

କାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଅଧିକ ଦୋକାନ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟିଯାଇଛି । କାଳୀପୂଜା ଅବସରରେ ବସିଥିବା ଏକ ମେଳାରେ ହଠାତ୍ ନିଆଁ ଲାଗିଯିବାରୁ ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଘଟଣରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଭୋଗରାଇ ଲକ୍ ନିକଟରେ କାଳୀପୂଜା ପାଇଁ ଏକ ମେଳା ବସିଥିଲା । ଏହି ମେଳାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସିଥିବାବେଳେ ରାତିରେ ହଠାତ୍ ଗୋଟିଏ ଦୋକାନରୁ ନିଆଁ ବାହାରିଥିଲା । ଦେଖୁ ଦେଖୁ ସେହି ନିଆଁ ଅନ୍ୟ ଦୋକାନଗୁଡ଼ିକ ଆଡ଼କୁ ମଧ୍ୟ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ।ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ମୁହୂର୍ତ୍ତକ ଭିତରେ ଅନେକ ଦୋକାନ ଜଳି ପାଉଁଶ ହୋଇଗଲା । ପ୍ରାଥମିକ ତଦନ୍ତରୁ ଏହି ଭୟାବହ ଅଗ୍ନିକାଣ୍ଡର କାରଣ ସଟ୍ ସର୍କିଟ୍ ବୋଲି ଅନୁମାନ କରାଯାଉଛି । ବିଦ୍ୟୁତ୍ ତାର ତ୍ରୁଟି ଯୋଗୁଁ ସ୍ପାର୍କିଂ ହୋଇ ପ୍ରଥମେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ପୂଜା ମେଳାରେ ବ୍ୟବସାୟ କରି ଦି ପଇସା ରୋଜଗାର ଆଶାରେ ଆସିଥିବା ଗରିବ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଏହି ଦୁର୍ଘଟଣା ବଡ଼ ଆଘାତ ସାଜିଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯିବାରୁ ବ୍ୟବସାୟୀମାନେ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking