29.1 C
Bhubaneswar
Saturday, July 27, 2024
Homeଓଡିଶାଧବଳେଶ୍ବର ପୀଠରେ ନିର୍ମାଣ ହେବ ଆଉ ଏକ ପୋଲ: ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଧବଳେଶ୍ବର ପୀଠରେ ନିର୍ମାଣ ହେବ ଆଉ ଏକ ପୋଲ: ରଣେନ୍ଦ୍ର ପ୍ରତାପ ସ୍ଵାଇଁ

କଟକ : ଧବଳେଶ୍ବର ପୀଠ ପାଇଁ ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ପୋଲ । ଯାତ୍ରୀଙ୍କ ସୁବିଧା ପାଇଁ ଏହି ପୋଲ ନିର୍ମାଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସ୍ବାର୍ଥ ଏବଂ ଯାତାୟାତ ସୁବିଧା ନିମନ୍ତେ ବାବା ଧବଳେଶ୍ବରଙ୍କ ପୀଠକୁ ଆଉ ଏକ ନୂତନ ପୋଲ ନିର୍ମାଣ ଦିଗରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଖୁବ୍ ଶୀଘ୍ର ଝୁଲାପୋଲ କାର୍ଯ୍ୟକ୍ଷମ ହେବା ସହିତ ଏହାକୁ ଏକ ଭିନ୍ନ ରୂପରେ ରାଜ୍ୟବାସୀ ଦେଖିବେ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking