29.1 C
Bhubaneswar
Friday, May 17, 2024
Homeଓଡିଶାକୁଆଖାଇରେ ପୁଣି ଅଘଟଣ; ଦୁଇ ସାଙ୍ଗ ମୃତ

କୁଆଖାଇରେ ପୁଣି ଅଘଟଣ; ଦୁଇ ସାଙ୍ଗ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ ଆଜି ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

ସୂଚନାଯୋଗ୍ୟ, ଗତ ମେ’ ମାସ ୨୭ ତାରିଖରେ ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ୱର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଅଘଟଣ ଘଟିଥିଲା । ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନେ ଥିଲେ ତମାଣ୍ଡୋ ଅଂଚଳ ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲି ଅଂଚଳର ସତ୍ୟଜିତ ଦାସ । ଅନ୍ୟ ସାଙ୍ଗମାନେ ଭୋଜିଭାତରେ ମସଗୁଲ ଥିବାବେଳେ ସ୍ମୃତି ଓ ସେ?ରଭ ଗାଧୋଇବାକୁ ନଦୀକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking