ରାୟଗଡ଼ା : ଆଉ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ । ହୋଟେଲ ଛାତରୁ ପଡ଼ି ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ପାବେଲ ଆନ୍ଥମଙ୍କ ରାୟଗଡ଼ା ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ୨୨ରେ ସମ୍ପୃକ୍ତ ହୋଟେଲରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ଗୁରୁବାର ରାୟଗଡ଼ାର ଏକ ହୋଟେଲରେ ମୃତ୍ୟୁ ହୋଇଥିଲା । ମୃତ ପର୍ଯ୍ୟଟକଙ୍କ ନାମ ବ୍ଲାଡିମିର୍ ବିଦାନୋଭା । ତାଙ୍କର ଘର ରୁଷିଆରେ ହୋଇଥିଲା ବେଳେ ବୟସ ୬୨ ବର୍ଷ । ଅସୁସ୍ଥତା କାରଣରୁ ବିଦାନୋଭାଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ।