33.7 C
Bhubaneswar
Monday, May 25, 2026
Homeଅପରାଧପୁଣି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପୁଣି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା : ପୁଣି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଗାଡ଼ିକୁ ଅପେକ୍ଷା କରି ରାସ୍ତାକଡ଼ରେ ବସିଥିବା ଜଣେ ବିଜେପି ନେତା ଶ୍ୟାମ ସୁନ୍ଦର ଶର୍ମାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ବିହାରର ରାଜଧାନୀ ପାଟନାରେ ସୋମବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଆସି ନ ଥିବା ସ୍ପଷ୍ଟ ହୋଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ଚେନ ଏବଂ ଟଙ୍କାକୁ ଛାଡ଼ି ଶ୍ୟାମସୁନ୍ଦରଙ୍କ ମୋବାଇଲ ଫୋନ ନେଇଯାଇଥିବାରୁ ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ବିଜେପି ନେତା ଶ୍ୟାମସୁନ୍ଦର ଶର୍ମା ପାଟନା ନଗର ମଣ୍ଡଳ ଅଧ୍ୟକ୍ଷ ଥିଲେ। ସିଟି ଛକ ଥାନା ଅଞ୍ଚଳରେ ତାଙ୍କ ଘର। ସେ କୌଣସି କାମରେ ବାହାରକୁ ଯିବା ଲାଗି ଅଟୋକୁ ଅପେକ୍ଷା କରି ରାସ୍ତାକଡ଼ରେ ବସିଥିଲେ। ଏହି ସମୟରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଯିବା ପୂର୍ବରୁ ସେ ଶ୍ୟାମସୁନ୍ଦରଙ୍କ ମୋବାଇଲ ଫୋନ ନେଇଯାଇଥିଲେ। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ ନାଳନ୍ଦା ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିକଟରେ ବିହାରରେ ଜଣେ ସାମ୍ବାଦିକଙ୍କୁ ଅପରାଧୀମାନେ ଗୁଳିକରି ହତ୍ୟା କରିଥିଲେ। ରାଜ୍ୟରେ ଅପରାଧ ଦିନକୁ ଦିନ ବଢ଼ୁଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking