ଅଲ୍ୱର: ପାକିସ୍ତାନରେ ପହଞ୍ଚିଥିବା ରାଜସ୍ଥାନ ଅଲ୍ୱର୍ର ଅଞ୍ଜୁ ଇସ୍ଲାମ ଧର୍ମ ଗ୍ରହଣ ସହିତ ନିଜ ପୁରୁଷ ବନ୍ଧୁ ନସରୁଲ୍ଲାହଙ୍କୁ ବିବାହ କରିଛନ୍ତି । ଇସ୍ଲାମ ଧର୍ମ ଗ୍ରହଣ କରିବା ପରେ ସେ ନିଜ ନୂଆ ନାମ ଫାତିମା ରଖିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏହି ଦାବି କରାଯାଇଛି । ଦୁହେଁ ପେଶାୱର୍ର ସ୍ଥାନୀୟ କୋର୍ଟରେ ବିବାହ କରିଛନ୍ତି । ୩୪ ବର୍ଷୀୟା ଅଞ୍ଜୁ ପାକିସ୍ତାନରେ ୨୯ ବର୍ଷୀୟ ପୁରୁଷ ବନ୍ଧୁ ନସରୁଲ୍ଲାହଙ୍କ ମଧ୍ୟରେ ୨୦୧୯ରେ ଫେସ୍ବୁକ୍ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ଏହା ଅଞ୍ଜୁଙ୍କର ଦ୍ୱିତୀୟ ବିବାହ ହୋଇଥିବା ବେଳେ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି । ଅଞ୍ଜୁ ଓ ନସରୁଲ୍ଲାହଙ୍କର ଡିର ବାଲା ଜିଲ୍ଲା କୋର୍ଟରେ ବିବାହ (ନିକାହ) ହୋଇଥିବା ପିଟିଆଇ ସ୍ଥାନୀୟ ପୁଲିସ ସୂତ୍ରରୁ ଜଣାଇଛି । ଏହି ଅବସରରେ ସେମାନଙ୍କ ସହିତ କିଛି ପୁଲିସ ଅଧିକାରୀ, ଓକିଲ ଏବଂ ନସରୁଲ୍ଲାହଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ବିବାହ ପରେ ଅଞ୍ଜୁଙ୍କୁ ପୁଲିସ ସୁରକ୍ଷାରେ ଏକ ଘରକୁ ଶିଫ୍ଟ କରାଯାଇଥିବା ମାଲାକଣ୍ଡ ଡିଭିଜନ୍ ଡିଆଇଜି ନାସିର୍ ମହମ୍ମଦ ସତ୍ତୀଙ୍କ ସୂତ୍ରରୁ ପିଟିଆଇ ସୂଚନା ଦେଇଛି ।