27.1 C
Bhubaneswar
Friday, October 18, 2024
Homeଓଡିଶା୩୩୮ ଗ୍ରାମର ବ୍ରାଉନସୁଗାର ଜବତ କଲା ପୋଲିସ

୩୩୮ ଗ୍ରାମର ବ୍ରାଉନସୁଗାର ଜବତ କଲା ପୋଲିସ

ବାଲେଶ୍ଵର: ରାଜ୍ୟରେ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବ୍ରାଉନସୁଗାର ବେପାର । ଦୈନିକ ଭାବେ କେଉଁଠୁ ନା କେଉଁଠୁ ବ୍ରାଉନସୁଗାର ଜବତ କରାଯିବ ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଶାସନବାର୍ଡ ଅଞ୍ଚଳରୁ ୩୩୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଜଳେଶ୍ଵର ପୋଲିସ । ବ୍ରାଉନସୁଗାର ଜବତ ସହ ଜଣେ ବେପାରୀକୁ ମଧ୍ୟ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜଳେଶ୍ଵର ଅଞ୍ଚଳରେ ମାଫିଆ ମାନେ ବ୍ରାଉନସୁଗାର ବେପାର ଚଳାଇ ଆସୁଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଜଳେଶ୍ଵର ପୋଲିସ ଗତ ମଙ୍ଗଳବାର ସଂଧ୍ୟାରେ ଶାସନବାର୍ଡ ଅଞ୍ଚଳରେ ଚଢାଉ କରି ଜଣେ ବେପାରୀକୁ ଗିରଫ କରିବା ସହ ତା’ ନିକଟରୁ ୩୩୮ ଗ୍ରାମର ବ୍ରାଉନସୁଗାର, ନଗଦ ୧୧ହଜାର ୭୦୦ ଟଙ୍କା, ୫ଟି ବ୍ୟାଙ୍କ ପାସବୁକ, ୩ଟି ମୋବାଇଲ ଫୋନ ଓ ୪ଟି ଏଟିଏମ କାର୍ଡ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୩୮ ଲକ୍ଷ ହେବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜଳେଶ୍ବର ଏସଡିପିଓ ।

ଗିରଫ ବ୍ରାଉନସୁଗାର ମାଫିଆ ଜଣଙ୍କ ବାଲେଶ୍ଵର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ବେପାର ଚଳାଇଥିଲା । ତା’ ନାଁରେ ପୂର୍ବରୁ ଜଳେଶ୍ଵର ଓ କମର୍ଦା ଥାନାରେ ୬ଟି ମାମଲା ରହିଛି । ଉକ୍ତ ବ୍ରାଉନସୁଗାର ମାଫିଆକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ଵର ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଉକ୍ତ ବ୍ରାଉନସୁଗାର ମାଫିଆ ସହିତ ଜଳେଶ୍ଵର ଥାନା ଆଇଆଇସି ଧନେଶ୍ଵର ସାହୁଙ୍କ ବ୍ରାଉନସୁଗାର ଡିଲ ବେଳର ଏକ ଅଡିଓ ଭାଇରାଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking