29.1 C
Bhubaneswar
Saturday, July 27, 2024
Homeଅପରାଧଲୋମହର୍ଷଣକାରୀ ହତ୍ୟାକାଣ୍ଡ ; ହତ୍ୟା ପରେ ଶବ ଉପରେ ନାଚିଲା ଅଭିଯୁକ୍ତ

ଲୋମହର୍ଷଣକାରୀ ହତ୍ୟାକାଣ୍ଡ ; ହତ୍ୟା ପରେ ଶବ ଉପରେ ନାଚିଲା ଅଭିଯୁକ୍ତ

ଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏପରି ହତ୍ୟାକାଣ୍ଡ ଘଟୁଛି, ଯାହା ସିନେମାର ଭୟଙ୍କର ଦୃଶ୍ୟଠୁ ବି ଭୟଙ୍କର। ନିକଟରେ ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀର ରାଜପଥରେ। ଜଣେ ନାବାଳକ ଅନ୍ୟ ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିବା ପରେ ଶବ ଉପରେ ଛିଡା ହୋଇ ନାଚିୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ପୂରା ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ଜଣେ ପିଲା ଅନ୍ୟ ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁଶୁଛି। ସେ ତଳେ ପଡିଯିବା ପରେ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ପରୀକ୍ଷା କରୁଛି। କାଳେ ବଞ୍ଚି ଯିବ ଭାବି ବେକକୁ ବାରମ୍ବାର ଛୁରୀରେ କାଟୁଛି। ଏହାପରେ ଶବ ଉପରେ ଛିଡା ହୋଇ ନାଚୁଛି। ମୃତକଙ୍କୁ ୬୦ ଥର ଛୁରୀରରେ ଆକ୍ରମଣ କରାଯାଇଥିବା ପୁଲିସ କହିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଡକାୟତି ପାଇଁ ଘଟିଛି। ମୃତ ଯୁବକଙ୍କଠୁ ଅଭିଯୁକ୍ତ ନାବାଳ 350 ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୨୧ ତାରିଖ ରାତିରେ ଘଟିଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking