22.1 C
Bhubaneswar
Thursday, January 9, 2025
Homeକରୋନାଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କରୋନା ଭାଇରସର ଟିକା ରପ୍ତାନୀ ଉପରେ ଭାରତ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି । ବୈଦେଶିକ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣ ଅର୍ଥ ଆସନ୍ତା ସପ୍ତାହରେ ଟିକା ପାଇଁ ଚାହିଦା ବଢିବା । ଅଧିକାରୀଙ୍କ କହିବାନୁସାରେ, ଏହି ପ୍ରତିବନ୍ଧକ ଅସ୍ଥାୟୀ ଏବଂ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରେ । COVAX ଯୋଜନା ଅଧୀନରେ 190 ଟି ଦେଶ ଏହି ପ୍ରତିବନ୍ଧକ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରିଚାଳିତ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସମସ୍ତ ଦେଶକୁ ଟୀକା ଯୋଗାଇବା । ଭାରତର ବୃହତ୍ତମ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ନିକଟ ଅତୀତରେ ବ୍ରିଟେନ, ସାଉଦି ଆରବ, ମୋରୋକୋ ଏବଂ ବ୍ରାଜିଲ ସମେତ ଅନେକ ଦେଶକୁ ଆଷ୍ଟ୍ରାଜେନେକା ଟିକା ପଠାଇବାରେ ବିଳମ୍ବ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking