30.1 C
Bhubaneswar
Monday, May 20, 2024
Homeକରୋନାଭାରତରେ ୧୫ ଏପ୍ରିଲ ପରେ ଶୀର୍ଷରେ ପହଞ୍ଚିପାରେ କରୋନାଭାଇରସ: SBI ରିପୋର୍ଟ

ଭାରତରେ ୧୫ ଏପ୍ରିଲ ପରେ ଶୀର୍ଷରେ ପହଞ୍ଚିପାରେ କରୋନାଭାଇରସ: SBI ରିପୋର୍ଟ

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ମାସରୁ ଦେଶରେ COVID-19 ର ନୂଆ ମାମଲା ବୃଦ୍ଧି ପାଇଛି । ଯାହାକି ‘ଦ୍ୱିତୀୟ ଲହରୀର ସ୍ପଷ୍ଟ ସଙ୍କେତ।’  ଏହି ଦ୍ୱିତୀୟ ଲହରୀ ୧୫ ଫେବୃଆରୀ ଠାରୁ ଶହେ ଦିନ ଯାଏଁ ରହିପାରେ । ଭାରତରେ କରୋନାଭାଇରସ ରୋଗର ମୋଟ ସଂଖ୍ୟା ୨୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ । ୨୮ ପୃଷ୍ଠାର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସ୍ଥାନୀୟ ଭାବରେ ଲଗାଯାଇଥିବା ଲକଡାଉନ୍ ଏବଂ ପ୍ରତିବନ୍ଧକଗୁଡିକ ‘ପ୍ରଭାବହୀନ’ ରହିଛି ଏବଂ ମହାମାରୀର ମୁକାବିଲା ପାଇଁ ସାମୂହିକ ଟୀକାକରଣ ହେଉଛି ଏକମାତ୍ର ଆଶା। ଏପ୍ରିଲର ଶେଷ ଭାଗରେ ଏହି ଲହରୀର ଶିଖର ସ୍ତର ଆସିପାରେ ବୋଲି ରିପୋର୍ଟ ରେ କୁହାଯାଇଛି । ଏହି ରିପୋର୍ଟରେ ସମସ୍ତ ରାଜ୍ୟରେ ଟୀକାକରଣର ଗତି ବୃଦ୍ଧି କରିବାକୁ କୁହାଯାଇଛି। ବର୍ତ୍ତମାନ, ଯଦି ଟୀକାକରଣକୁ ଦୈନିକ 34 ଲକ୍ଷରୁ ୪୦-୪୫ ଲକ୍ଷକୁ ବୃଦ୍ଧି କରାଯାଏ, ତେବେ 45 ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟୀକାକରଣ ପାଇଁ ବର୍ତ୍ତମାନଠାରୁ ଚାରିମାସ ସମୟ ଲାଗିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking