29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରୁଷିଆ ଉପରେ ଆଉ ୫୦୦ କଟକଣା ଲାଗାଇଲା ଆମେରିକା

ରୁଷିଆ ଉପରେ ଆଉ ୫୦୦ କଟକଣା ଲାଗାଇଲା ଆମେରିକା

ୱାଶିଂଟନ: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ତୃତୀୟ ବର୍ଷରେ ପଦାର୍ପଣ କରୁଛି । ଏହି ଯୁଦ୍ଧର ପ୍ରଭାବ କେବଳ ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ସୀମିତ ହୋଇ ରହିନାହିଁ । ଯୁଦ୍ଧ ଯୋଗୁ ବଡ଼ ଧରଣର ଭୂରାଜନୈତିକ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରକୁ ବହୁଳ ପ୍ରଭାବିତ କରିଛି । ୨୦୨୨ ଫେବୃଆରୀ ୨୪ରୁ ଅଦ୍ୟାବଧି ଯୁଦ୍ଧରେ ୧୦,୫୮୨ ଲୋକଙ୍କ ମୃତ୍ୟୁ ଘଟିଲାଣି । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶ କ୍ରମେ ୟୁକ୍ରେନ୍ ସୀମାରେ ସଂଘର୍ଷରତ ୪୫,୦୦୦ ସୈନ୍ୟ ନିହତ ହେଲେଣି । ୧୪ ନିୟୁତର ଅଧିକ ୟୁକ୍ରେନୀୟ ବିସ୍ଥାପିତ ହୋଇଥିବା ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି । ଜାତିସଂଘ ତଥ୍ୟ ଅନୁସାରେ ୬.୫ ନିୟୁତ ୟୁକ୍ରେନୀୟ ବିଭିନ୍ନ ଦେଶକୁ ଶରଣ ମାଗିଥିବାବେଳେ ୩.୭ ନିୟୁତର ଅଧିକ ଦେଶ ଭିତରେ ବିସ୍ଥାପିତ ହୋଇସାରିଛନ୍ତି । ମସ୍କୋ ଦଖଲ ଦଖଲ କରିଥିବା ଅଞ୍ଚଳରୁ ୟୁକ୍ରେନୀୟ ସୈନ୍ୟ ପ୍ରତ୍ୟାବର୍ତ୍ତନ କରନ୍ତୁ ଏବଂ ସମସ୍ତ କ୍ଷତିର ଭରଣା ରୁଷିଆ କରୁ ବୋଲି କିଭ୍ ଚାହୁଁଛି ।

ଅନ୍ୟପକ୍ଷେ ୟୁକ୍ରେନ୍ ଗୋଷ୍ଠୀନିରପେକ୍ଷ ଏବଂ ଅଣଆଣବିକ ମାନ୍ୟତା ସହ ସନ୍ତୁଷ୍ଟ ରହୁ ବୋଲି ରୁଷିଆ କହିଆସୁଛି । ଆମେରିକା ସମେତ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ୟୁରୋପୀୟ ସଂଘ (ଇୟୁ) ୟୁକ୍ରେନ୍‌କୁ ଦେଇଆସୁଥିବା ଆର୍ଥତ୍କ ତଥା ସାମରିକ ସହାୟତା କିଛି ମାସ ଧରି ସଂକୁଚିତ ହୋଇଆସୁଥିବାବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସହାୟତା ବଢ଼ାଇବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ୟୁକ୍ରେନ୍‌କୁ ସହୟତା ବୃଦ୍ଧି ନିମନ୍ତେ କଂଗ୍ରେସକୁ ଅନୁରୋଧ କରିଛନ୍ତି । ୟୁକ୍ରେନ୍ ଉପରେ ଆକ୍ରମଣକୁ ୨ ବର୍ଷ ପୂରୁଥିବାବେଳେ ଏବଂ ଗତ ସପ୍ତାହରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୃଢ଼ ସମାଲୋଚକ ବିରୋଧୀ ଦଳ ନେତା ଏଲେକ୍ସି ନାଭାଲ୍‌ନିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଜବାବରେ ଆମେରିକା ଏବଂ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ସାନି କଟକଣା ଲଗାଇଛନ୍ତି । ରୁଷିଆ ଓ ଏହାର ଯୁଦ୍ଧାସ୍ତ୍ର ଉପରେ ଆମେରିକା ୫୦୦ରୁ ଅଧିକ ନୂଆ କଟକଣା ଲଗାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking