34.2 C
Bhubaneswar
Friday, May 16, 2025
Homeଓଡିଶା୯ ପର୍ଯ୍ୟନ୍ତ ଭୋଟର୍ ତାଲିକା ସଂଶୋଧନ

୯ ପର୍ଯ୍ୟନ୍ତ ଭୋଟର୍ ତାଲିକା ସଂଶୋଧନ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚଳିତ ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଭୋଟର୍ ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର୍ ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି । ଗତ ନଭେମ୍ବର ମାସ ୫, ୧୧, ୧୯ ଏବଂ ୨୫ ତାରିଖରେ ରାଜ୍ୟର ସବୁ ବୁଥ୍‌ରେ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର୍ ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର୍ ତାଲିକାରେ ଯୋଗ କିମ୍ବା ବାଦ୍ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ୯ ତାରିଖ (ଶନିବାର) ସୁଦ୍ଧା ଅନ୍‌ଲାଇନ୍ ମାଧ୍ୟମରେ କିମ୍ବା ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିବେଦନ କରିଛନ୍ତି । ସେହିପରି ରାଜ୍ୟରେ ମୋଟ୍ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର୍ ତାଲିକାରେ ସାମିଲ ହୋଇଛନ୍ତି ।

୧ଲକ୍ଷ ୮୭ହଜାର ୪୦୫ଜଣ ଭୋଟର୍ ତାଲିକାରୁ ବାଦ୍ ପଡ଼ିଛନ୍ତି । ତେବେ ଚୂଡ଼ାନ୍ତ ଭୋଟର୍ ତାଲିକା ଜାନୁୟାରୀ ୫ତାରିଖରେ ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କ।।ର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ସର୍ବାଧିକ ୪୫,୩୯୮ଜଣ ନୂଆ ଭୋଟର୍ ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରେ ୪୪,୭୩୨ଜଣ, ବଲାଙ୍ଗିରରେ ୪୧,୫୧୩ଜଣ, ଗଞ୍ଜାମ ଜିଲ୍ଲାରେ ୩୯,୨୯୭ଜଣ, ବାଲେଶ୍ୱର ଜିଲ୍ଲାରେ ୩୧୦୦୬ଜଣ, ବରଗଡ଼ ଜିଲ୍ଲାରେ ୨୩,୬୮୨ଜଣ ନୂଆ ଭୋଟର୍ ସାମିଲ ହୋଇଛନ୍ତି । ବୌଦ୍ଧରେ ସବୁଠୁ କମ୍ ୪୬୧୦ଜଣ ନୂଆ ଭାବେ ଯୋଡ଼ି ହୋଇଛନ୍ତି । ଅନ୍ୟପକ୍ଷରେ ତାଲିକାରୁ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨୭,୪୧୨ଜଣ ଭୋଟର ବାଦ୍ ପଡ଼ିଥିବାବେଳେ ଯାଜପୁର ଜିଲ୍ଲାରେ ୨୩,୩୨୯ଜଣ, ବଲାଙ୍ଗିରରେ ୧୬,୯୦୭ଜଣ, ଖୋର୍ଦ୍ଧାରେ ୧୪,୭୭୯ଜଣ, ବାଲେଶ୍ୱରରେ ୧୧,୩୦୦, ଭଦ୍ରକରେ ୧୧୦୩୩ଜଣ ଓ ଗଞ୍ଜାମ ଜିଲ୍ଲାରେ ୧୦୩୨୬ଜଣ ଭୋଟର ବାଦ୍ ପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking