23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶ୨୬ରେ ସୁପ୍ରିମ୍‌କୋର୍ଟ ପରିସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

୨୬ରେ ସୁପ୍ରିମ୍‌କୋର୍ଟ ପରିସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ଆସନ୍ତା ରବିବାର ଅର୍ଥାତ ନଭେମ୍ବର ୨୬ରେ ସୁପ୍ରିମକୋର୍ଟ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯିବ ବୋଲି ଜଣାପଡିଛି । ସମ୍ବିଧାନ ଦିବସ (ଜାତୀୟ ଆଇନ ଦିବସ) ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଦିନ ସକାଳ ୧୦ଟା ୩୦ରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଖ୍ୟାତ ଆଇନଜୀବୀ ତଥା ଭାରତୀୟ ସମ୍ବିଧାନର ରଚୟିତା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଦେଶର ବିଭିନ୍ନ ସହରରେ ଶୋଭା ପାଉଛି । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ଆମ୍ବେଦକରଙ୍କ ପ୍ରତିମୂ୍‌ର୍ତ୍ତି ପ୍ରଥମ ଥର ସୁପ୍ରିମକୋର୍ଟ ପରିସରରେ ସ୍ଥାପନ କରାଯାଉଛି । ୩ ବର୍ଗଫୁଟ ପ୍ଲାଟଫର୍ମ ଉପରେ ଆମ୍ବେଦକରଙ୍କ ୭ ଫୁଟ୍ ଉଚ୍ଚତାର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏଥିରେ ଆମ୍ବେଦକର ଆଇନଜୀବୀଙ୍କ ପାଇଁ ଉଦ୍ଦିଷ୍ଟ କଳା ପୋଷାକ ପରିଧାନ କରିଥିବାବେଳେ ଗୋଟିଏ ହାତରେ ସମ୍ବିଧାନର ଏକ ପୁସ୍ତିକା ଧରିଛନ୍ତି । ତାଙ୍କର ଅନ୍ୟ ହାତ ଉପରକୁ ଉଠିଥିବାବେଳେ ଏହା ଆଗକୁ ବଢିବାର ସଙ୍କେତ ଦେଉଛି । ନରେଶ କୁମାୱତ୍ ନାମକ ସ୍ଥପତି ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସୁପ୍ରିମ୍‌କୋର୍ଟର ୭୬ ବର୍ଷର ଇତିହାସରେ ପ୍ରଥମ ଥର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking